fbpx

ନିର୍ବାଚନ ଫଳାଫଳକୁ ନେଇ ବୟାନ ଜାରି କଲେ ଇମ୍ରାନ ଖାନ୍; ‘ଆପଣମାନଙ୍କ ଭୋଟ ଲାଗି ବିଫଳ ହେଲା ଲଣ୍ଡନ ଯୋଜନା’

ଲାହୋର୍: ପାକିସ୍ତାନ ତେହରିକ-ଏ-ଇନସାଫ (PTI) ଦେଶରେ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛନ୍ତି। ତେବେ ଇମ୍ରାନ୍ ଖାନ୍ ଏବେ ଦୁର୍ନୀତି ମାମଲାରେ ଜେଲ୍ରେ ଥିବାରୁ ଏଆଇ (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)ରେ ଏଭଳି ବୟାନ ଦିଆଯାଇଛି। ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦଳ ପିଟିଆଇ ତାଙ୍କ ସ୍ୱରରେ ଏହି ବୟାନ ଜାରି କରିଛି। ଏହି ମେସେଜରେ ଆଡିଆଲା ଜେଲରେ ଥିବା ଇମ୍ରାନ ଖାନ କହୁଛନ୍ତି, “ଆପଣ ଭୋଟ ଦେଇ ପ୍ରକୃତ ସ୍ୱାଧୀନତାର ମୂଳଦୁଆ ପକାଇଛନ୍ତି । ୨୦୨୪ ନିର୍ବାଚନ ରେ ବିଜୟୀ ହୋଇଥିବାରୁ ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି। ଆପଣଙ୍କ ଭୋଟ୍ ଯୋଗୁଁ ଲଣ୍ଡନ ଯୋଜନା ବିଫଳ ହୋଇଛି” ବୋଲି ସେ କହିଛନ୍ତି।

ଇମ୍ରାନ୍ ଖାନ୍‌ଙ୍କ ଏହି ବାର୍ତ୍ତାରେ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍ ଙ୍କ ଉପରେ ମନ୍ତବ୍ୟକୁ ନେଇ କୁହାଯାଇଛି ଯେ ସେ ତିରିଶ ଆସନ ପଛରେ ଥାଇ ବି ବିଜୟ ଭାଷଣ ଦେଇଛନ୍ତି। ଇମ୍ରାନ୍ ଖାନ୍ ଦାବି କରିଛନ୍ତି ଯେ ଜାଲିଆତି ଆରମ୍ଭ ହେବା ପୂର୍ବରୁ ଆମେ ଆସେମ୍ବ୍‌ଲିର ୧୫୦ଟି ଆସନ ଜିତିଥିଲୁ। ଫର୍ମ ୪୫ ତଥ୍ୟ ଆଧାରରେ ବର୍ତ୍ତମାନ ନ୍ୟାସନାଲ ଆସେମ୍ବ୍‌ଲିରେ ଆମେ ୧୭୦ଟି ଆସନରେ ବିଜୟୀ ହେଉଛୁ। ତେବେ ଚୂଡ଼ାନ୍ତ ଫଳାଫଳ ଏପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ଘୋଷଣା କରିନାହାନ୍ତି। ପିଟିଆଇ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀଙ୍କ ପାଖରେ ଆଗୁଆ ରହିଛି। ପିଟିଆଇ ପକ୍ଷରୁ ଠକେଇ ଅଭିଯୋଗ ଆସିଥିଲେ ମଧ୍ୟ ସେମାନଙ୍କ ଠାରୁ କୌଣସି ପ୍ରମାଣ ଉପସ୍ଥାପିତ ହୋଇନାହିଁ।

ଇମ୍ରାନ୍ ଖାନ୍ ତାଙ୍କ ଦଳ ଓ କର୍ମୀଙ୍କୁ ସେମାନଙ୍କ ଭୋଟ ସୁରକ୍ଷିତ ରଖିବାକୁ ପରାମର୍ଶ ଦେଇଛନ୍ତି। ଏହା ପୂର୍ବରୁ ପିଟିଆଇ କହିଥିଲା ଯେ ଏଆଇ ସହାୟତାରେ ପ୍ରସ୍ତୁତ ଇମ୍ରାନ୍ ଖାନ୍‌ଙ୍କ କଥାବାର୍ତ୍ତାରେ ତାଙ୍କ ଶବ୍ଦ ବ୍ୟବହାର କରାଯାଇଛି।

Get real time updates directly on you device, subscribe now.