fbpx

ଜ୍ୟେଷ୍ଠ ପୂର୍ଣ୍ଣିମା କାହିଁକି ସବୁଠୁ ଶ୍ରେଷ୍ଠ, ଧର୍ମରେ କ’ଣ ରହିଛି ଏହାର ମହତ୍ତ୍ୱ

Advertisement

ଓଡିଶା ଭାସ୍କର: ଧର୍ମ ଓ କର୍ମ ଦୃଷ୍ଟିରୁ ପୂର୍ଣ୍ଣିମା ମାନବ ସମାଜରେ ବିଶେଷ ଗୁରୁତ୍ତ୍ୱ ବହନ କରିଥାଏ । ଭଗବାନ ସତ୍ୟନାରାୟଣଙ୍କ ଗାଥା ଓ ଚନ୍ଦ୍ରମାଙ୍କୁ ଅର୍ଘ୍ୟ ପ୍ରଦାନ କରିବାର ବିଧାନ ରହିଛି ଏହି ପୂର୍ଣ୍ଣିମାରେ । ତାହାସହ ପୂଜାପାଠ ଓ ନଦୀ ସ୍ନାନର ପରମ୍ଫରା ମଧ୍ୟ ବେଶ୍ ପୁରୁଣା । ସେମିତି ବି ପୂର୍ଣ୍ଣିମା ତ ସ୍ୱତନ୍ତ୍ରତା ବହନ କରିଥାଏ, ମାତ୍ର ଜ୍ୟେଷ୍ଠ ମାସର ପୂର୍ଣ୍ଣମୀ ସର୍ବଶ୍ରେଷ୍ଠ ବୋଲି ଶାସ୍ତ୍ରରେ ମଧ୍ୟ ଉଲ୍ଳେଖ ରହିଛି । ମାନ୍ୟତା ଅଛି ଏହି ଦିନ ଯମରାଜ, ସାବିତ୍ରୀଙ୍କୁ ତାଙ୍କ ପତିଙ୍କୁ ପୁନଃ ଜୀବିତ କରିଥିଲେ । ଜୁନ ୨୧ ଓ ୨୨ ତାରିଖ ଦିନ ଚଳିତ ବର୍ଷ ଏହି ପୂର୍ଣ୍ଣିମା ପାଳନ କରାଯିବ । ଏହି ଦୁଇ ଦିନ ମଧ୍ୟରୁ ପ୍ରଥମ ଦିନରେ ପୂର୍ଣ୍ଣିମାର ବ୍ରତ କରାଯିବ ଓ ଦ୍ୱିତୀୟ ଦିନ ସ୍ନାନ-ଦାନ କରି ଏହି ପୂର୍ଣ୍ଣିମାରେ ପୁଣ୍ୟ ପ୍ରାପ୍ତି କରାଯାଏ ।
କାହିଁକି ଶ୍ରେଷ୍ଠ ଏ ପୂର୍ଣ୍ଣମୀ
ସାଧାରଣତଃ ଜୁନ ମାସରେ ଜ୍ୟେଷ୍ଠ ପୂର୍ଣ୍ଣିମା ଆସିଥାଏ । ଯାହାକୁ ବଟ ପୂର୍ଣ୍ଣର୍ିମା ଭାବରେ ମଧ୍ୟ ଜଣାଯାଏ । ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ବ୍ରତୀମାନେ ଲକ୍ଷ୍ମୀ-ନାରାୟଣଙ୍କ ପୂଜା କରିବା ସହ ସଧବା ନାରୀମାନେ ନିଜର ପତିଙ୍କ ଲମ୍ବା ଆୟୁ କାମନା କରନ୍ତି । ବଟ ପୂର୍ଣ୍ଣିମା ବ୍ରତ ସୌଭାଗ୍ୟ, ସୁଖ, ଧନ ତଥା ପତିଙ୍କୁ ଦୀର୍ଘାୟୁ ପ୍ରାପ୍ତର ମାର୍ଗକୁ ପ୍ରଶସ୍ତ କରେ । ଜ୍ୟେଷ୍ଠ ପୂର୍ଣ୍ଣିମାରେ କରାଯାଇଥିବା ଦାନର ଶୁଭଫଳ ଜୀବନସାରା ରହିଥାଏ । ଏହି ଦିନ ଗଙ୍ଗା, ନର୍ମଦା ତଥା ଅନ୍ୟ ପବିତ୍ର ନଦୀର ଜଳରେ ସ୍ନାନ କରିବା ଆବଶ୍ୟକ । ତାହା ସହ ବିଷ୍ଣୁ ଓ ମହାଲକ୍ଷ୍ମୀଙ୍କ ଅଭିଷେକ ଦକ୍ଷିଣାବର୍ତ୍ତୀ ଶଙ୍ଖରେ କରିବା ଉଚିତ୍ । ମିଠାର ଭୋଗ ମଧ୍ୟ ଲଗାଇଲେ ଶୁଭଫଳ ପ୍ରାପ୍ତ ହୋଇଥାଏ । ଧୂପ ଦୀପ ଜଳାଇ ଓମ୍ ନମୋ ଭଗବତେ ବାସୁଦେବାୟ ମନ୍ତ୍ର ଜପ କରନ୍ତୁ । ଏଥିସହିତ ହନୁମାନ ଚାଳିଶା ପାଠ କରିବା ଉଚିତ । ଗୋମାତାର ସେବା କରନ୍ତୁ ।

Get real time updates directly on you device, subscribe now.