fbpx

ବିଜେପିରେ ସାମିଲ ହେଲେ ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ, ୧୧ା୩: ହାତ ଛାଡ଼ି ପଦ୍ମ ଧରିଲେ ଗ୍ୱାଲିଅର ମହାରାଜ । ହୋଲିରେ କଂଗ୍ରେସ ଛାଡ଼ିଥିବା ଜ୍ୟୋତିରାଦିତ୍ୟ ଆଜି ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପ୍ପି ନଡ୍ଡାଙ୍କ ଉପସ୍ଥିତିରେ ଗେରୁଆ ରଙ୍ଗରେ ରଙ୍ଗେଇ ହେଲେ ମହାରାଜ । ଗତକାଲି ଜ୍ୟୋତିରାଦିତ୍ୟଙ୍କ ସମେତ କଂଗ୍ରେସର ୨୨ବିଧାୟକ ଯେଉଁଥିରେ କମଲନାଥ ସରକାରଙ୍କ ୬ମନ୍ତ୍ରୀ ବି ସାମିଲ ଥିଲେ, ସେମାନେ ମଧ୍ୟ କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଜ୍ୟୋତିରାଦିତ୍ୟ ଆଜି ବିଧିବଦ୍ଧ ଭାବେ ସାମିଲ ହେବା ପରେ ତାଙ୍କୁ ମଧ୍ୟପ୍ରଦେଶ କୋଟାରୁ ବିଜେପି ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ନେଇ ଚର୍ଚ୍ଚା ହେଉଛି । ୨୦୦୨ରୁ ନିର୍ବାଚନ ମଇଦାନରେ ପାଦ ଦେଇଥିବା ଜ୍ୟୋତିରାଦିତ୍ୟ ଗତ ୨୦୧୯ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ପରାଜିତ ହୋଇଥିଲେ ।

Get real time updates directly on you device, subscribe now.