fbpx

ଆପଣଙ୍କ ପ୍ରେମିକ ଡୋମିନେଟିଙ୍ଗ ଅଛନ୍ତି କି ? ଜାଣନ୍ତୁ ଏହି ୩ଟି ଉପାୟରେ..

ଦୁଇ ଲୋକଙ୍କ ମଧ୍ୟରେ ପ୍ରେମ ଭରା ସମ୍ପର୍କ ହିଁ ନିଜ ଭିତରେ ଏକ ବଡ କଥା । ପ୍ରେମର ଅନୁଭବ ଯେକୌଣସି ଲୋକ ପାଇଁ ବହୁତ ଖାସ୍ ହୋଇଥାଏ । ପ୍ରେମ ସମ୍ପର୍କର ଆରମ୍ଭରେ ସବୁ ଦମ୍ପତିଙ୍କୁ ସବୁକିଛି ଠିକ୍ ଓ ଭଳ ଲାଗିଥାଏ । କିନ୍ତୁ ସମୟ ସହିତ ଦୁହିଁଙ୍କ ମଧ୍ୟରେ ଅନେକ ଜିନିଷ ବଦଳିଥାଏ । ବହୁବାର ପ୍ରେମ କରୁଥିବା ପାର୍ଟନର ପରେ ପ୍ରୋଟେକ୍ଟିଭ୍ ଓ ଡୋମିନେଟିଙ୍ଗ ହେବାରେ ଲାଗିଥାଏ । ଯଦିଓ କେତେକ ଏହାକୁ ଫେକ୍ ବୋଲି ଭାବିଥାନ୍ତି, କିନ୍ତୁ ପ୍ରୋଟେକ୍ଟିଭ ଓ ଓଭର ପ୍ରୋଟେକ୍ଟିଭ ମଧ୍ୟରେ ପାର୍ଥକ୍ୟ ରହିଥାଏ ଯାହାକୁ ବ୍ୟକ୍ତି ପ୍ରେମ କରିଥାଏ ।

ଯେତେବେଳେ ଜଣେ ବ୍ୟକ୍ତିର ସ୍ୱଭାବ ଓଭର ପ୍ରୋଟେକ୍ଟିଭ୍ ବା ଡୋମିନେଟିଭ୍ ହେବାକୁ ଲାଗେ, ସେତେବେଳେ ଦୁହିଁଙ୍କ ମଧ୍ୟରେ ଖାଲି ସ୍ଥାନ ହଜିଯାଏ । ବହୁବାର ପାର୍ଟନରଙ୍କ ଏପରି ବ୍ୟବହାର ଯୋଗୁଁ ସମ୍ପର୍କରେ ଅଶନିଃଶ୍ୱସୀ ପରି ଅନୁଭବ ହୋଇଥାଏ । ଉଭୟଙ୍କ କ୍ଷେତ୍ରରେ ଏହା ହୋଇଥିବା ବେଳେ ପ୍ରେମିକମାନଙ୍କ କ୍ଷେତ୍ରରେ ଟିକେ ଅଧିକ ହୋଇଥାଏ । ଝିଅ ପ୍ରତି ପ୍ରେମିକର ଅଧିକ ପ୍ରୋଟେକ୍ଟିଭ୍ ହେବା ପ୍ରେମ ନା ଗର୍ଲଫ୍ରେଣ୍ଡକୁ ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ ବୋଲି ବେଳେବେଳେ ଜାଣିବା କଷ୍ଟ ହୋଇଥାଏ । ଏହି ମାମଲାରେ କେତେକ ଝିଅ ନିଜ ପ୍ରେମିକକୁ ଅନ୍ଧ ଭାବେ ଭଲ ପାଇବା ସହ ବିଶ୍ୱାସ ମଧ୍ୟ କରନ୍ତି । ତେବେ ଆସନ୍ତୁ ଜାଣିବା କିଛି ସରଳ ଟିପ୍ସ, ଯାହା ସାହାର୍ଯ୍ୟରେ ଆପଣ ଜାଣିପାରିବେ ଯେ ଆପଣଙ୍କ ପ୍ରେମିକର ସ୍ୱଭାବ ଡୋମିନେଟିଙ୍ଗ କି ନୁହେଁ ।

ବ୍ୟକ୍ତିଗତ ଜୀବନରେ ଦଖଲ
ପ୍ରତ୍ୟେକ ବ୍ୟକ୍ତିର ନିଜସ୍ୱ ଜୀବନରେ କିଛି ସ୍ୱତନ୍ତ୍ର ସ୍ଥାନ ରଖିଥାଏ । ଯେବେ ଦୁଇ ଜଣ ଗୋଟିଏ ସମ୍ପର୍କରେ ରହିଥାନ୍ତି, ସେବେ ଉଭୟଙ୍କୁ ନିଜର ବ୍ୟକ୍ତିଗତ ସ୍ଥାନକୁ ସମ୍ମାନ ଦେବା ଉଚିତ୍ । ଯଦି ଆପଣଙ୍କ ପ୍ରେମିକ ପ୍ରାଧାନ୍ୟ ବିସ୍ତାର କରୁଛନ୍ତି, ତେବେ ସେ ସେହି ସ୍ଥାନକୁ କେବେ ବି ସମ୍ମାନ କରିବେ ନାହିଁ । ଏହା ଆପଣଙ୍କ ଜୀବନକୁ ବିଚଳିତ କିମ୍ବା ନିରାଶ କରିପାରେ । ହୋଇପାରେ ସେ ତୁମକୁ ନ ଜଣାଇ ତୁମର ଅନଲାଇନ୍ ଓ ଅଫଲାଇନ୍ ଜୀବନ ଉପରେ ନଜର ରଖିଥାଇପାରେ । ଏହି ଜିନିଷଗୁଡିକ ହେତୁ ଆପଣଙ୍କର ମାନସିକ ସମସ୍ୟା ମଧ୍ୟ ହୋଇପାରେ । ପ୍ରେମିକର ଏଭଳି ଆଚରଣ ଦ୍ୱାରା ତୁମେ ନିଜକୁ ଦୁର୍ବଳ ଓ ଚାପଗ୍ରସ୍ତ ମନେକରିପାର ।


ବିଶ୍ୱାସ ନ କରିବା

ବିଶ୍ୱାସ ଏକ ସମ୍ପର୍କକୁ ଜୀବନ୍ତ କରି ରଖିଥାଏ, କାରଣ ଏହା ହେଉଛି ସମ୍ପର୍କର ମୂଳଦୁଆ । କିନ୍ତୁ ଡୋମିନେଟିଙ୍ଗ ପ୍ରକୃତିର ପ୍ରେମିକ ନିଜ ବ୍ୟତିତ ଅନ୍ୟ କାହାକୁ ବିଶ୍ୱାସ କରିନଥାଏ । ଯେତେବେଳେ ତମେ ଜଣେ ପୁଅ ସହ କଥା ହେଉଛି, ବୋଧହୁଏ ସେ ତୁମକୁ ସନ୍ଦେହ କରିବା ଆରମ୍ଭ କରିଥାଏ । ଯଦି କେହି ଆପଣଙ୍କୁ ପସନ୍ଦ କରନ୍ତି ,ତେବେ ଆପଣଙ୍କ ସାଥୀ କେବଳ ଆପଣଙ୍କୁ ହିଁ ଦୋଷ ଦେବେ । ଏପରି ପରିସ୍ଥିତିରେ ଆପଣ ବିରକ୍ତ ହୋଇପାରନ୍ତି ।

ନିଜ ପ୍ରତି ଧ୍ୟାନ ଦେବା
ଯଦି ଜଣେ ବ୍ୟକ୍ତି ଡୋମିନେଟିଙ୍ଗ ପ୍ରକୃତିର ହୋଇଥାଏ, ତେବେ ସେ ନିଜର ଆଖପାଖ ଲୋକଙ୍କ ଉପରେ ବିଲବୁଲ ଧ୍ୟାନ ଦେଇନଥାଏ । ସେ କେବଳ ନିଜର ଯତ୍ନ ନିଅନ୍ତି । ଯଦି ଆପଣଙ୍କ ପ୍ରେମିକ ସେଭଳି ପ୍ରକୃତିର, ତେବେ ସେମାନେ ବି ନିଜ ପ୍ରତି ବିଶେଷ ଧ୍ୟାନ ଦେଉଥିବେ । ଆପଣଙ୍କ ସକାଳରୁ ରାତି ପର୍ଯ୍ୟନ୍ତ ତାଙ୍କ କଥା ମାନିବାକୁ ସେ ଚାହାନ୍ତି । ଯଦି ଆପଣ ନିଜେ କିଛି କରିବାକୁଚ୍ଛା କରନ୍ତି, ତେବେ ଆପଣଙ୍କୁ ପଚାରିବାକୁ ତାଙ୍କ ପାଖରେ ପୂର୍ବରୁ ଏକ ତାଲିକା ରହିଥିବ । ବହୁ ନକାରାତ୍ମକ ଜିନିଷରୁ ଆପଣଙ୍କ ଉତ୍ସାହରୁ ସେ ହ୍ରାସ କରିପାରେ । ବାସ୍ତବରେ ସେ ଅନୁଭବ କରନ୍ତି ଯେ, ସେ ଆପଣଙ୍କୁ ସୁରକ୍ଷିତ ରଖିପାରିବେ ଓ ଆପଣ ନିଜର ଯତ୍ନ ନେଇପାରିବେ ନାହିଁ ।

Get real time updates directly on you device, subscribe now.