fbpx

କଂଗ୍ରେସରୁ ଇସ୍ତଫା ଦେଲେ ସିନ୍ଧିଆ: ଧରିବେ ପଦ୍ମ !

ନୂଆଦିଲ୍ଲୀ,୧୦/3: ମଧ୍ୟପ୍ରଦେଶର ରାଜ ପରିବାରରୁ ଆସିଥିବା ଜ୍ୟୋତରାଦିତ୍ୟ ସିନ୍ଧିଆ କଂଗ୍ରେସକୁ ଦେଇଛନ୍ତି ବଡ ଝଟକା । ସମସ୍ତ କଳ୍ପନାଜଳ୍ପନା ପରେ ଶେଷରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ସିନ୍ଧିଆଙ୍କ ଇସ୍ତଫା ପରେ ତାଙ୍କ ସମର୍ଥନରେ ଥିବା ୧୯ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇଛନ୍ତି ।

ତେବେ ପଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲା ପରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ସିନ୍ଧିଆ। ମୋଦିଙ୍କ ବାସଭବନରେ ଅମିତ ଶାହାଙ୍କ ସହ ଯାଇ ସାକ୍ଷାତ କରିଥିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଅନ୍ୟପଟେ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ । ସିନ୍ଧିଆଙ୍କ ଇସ୍ତଫା ପରେ କଂଗ୍ରେସ ନେତା ବେଣୁ ଗୋପାଳ କହିଛନ୍ତି ଯେ, ଦଳ ବିରୋଧୀ କାର୍ଯ୍ୟ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ହାତ ଛାଡିବା ପରେ ସିନ୍ଧିଆ ଖୁବଶୀଘ୍ର ପଦ୍ମ ଧରି ପାରନ୍ତି ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.