fbpx
BJD
BJD SKY
BJD SKY

ମଧ୍ୟପ୍ରଦେଶର ଦୁଇଟି ଆସନରେ ବିଜେପିର କବଜା, କଂଗ୍ରେସରୁ ଜିତିଲେ ଦିଗବିଜୟ ସିଂହ

BJD

ମଧ୍ୟପ୍ରଦେଶରେ ହୋଇଥିବା ରାଜ୍ୟସଭା ନିର୍ବାଚନର ଫଳାଫଳ ଆସିସାରିଛି । ମଧ୍ୟପ୍ରଦେଶରେ କଂଗ୍ରେସ ଗୋଟିଏ ଆସନରୁ ଜିତିଥିବା ବେଳେ ବିଜେପି ୨ଟି ଆସନରେ ବାଜିମାର ନେଇଛି । ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପି ପକ୍ଷରୁ ରାଜ୍ୟସଭା ନିର୍ବାଚନରେ ବିଜୟ ହାସଲ କରିଛନ୍ତି । ଗୋଟିଏ ପଟେ କଂଗ୍ରେସରୁ ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ଜିତିଥିବା ବେଳେ ଆଉ ଗୋଟିଏ ଆସନରେ ବିଜେପିର ସୁମେର ସିଂ ସୋଲଙ୍କି ବିଜୟୀ ହୋଇଛନ୍ତି ।

ସେହିପରି ମଧ୍ୟପ୍ରଦେଶରେ କଂଗ୍ରେସ ଖାତାକୁ ଆସିଛି ଗୋଟିଏ ରାଜ୍ୟସଭା ଆସନ । କଂଗ୍ରେସ ପକ୍ଷରୁ ବିଜୟ ଲାଭ କରିଛନ୍ତି ଦିଗବିଜୟୀ ସିଂହ । ତେବେ ମଧ୍ୟପ୍ରଦେଶରୁ ୩ଟି ରାଜ୍ୟସଭା ଆସନ ପାଇଁ ମତଦାନ କରାଯାଇଥିଲା ।

Get real time updates directly on you device, subscribe now.