fbpx
BSKY
BJD SHG SKY
BJD MC SKY

ଶପଥପାଠ ପରେ ହ୍ୟାକ୍ ହୋଇଥିଲା ସିନ୍ଧିଆଙ୍କ ଫେସବୁକ୍ ଆକାଉଣ୍ଟ; ଜାଣନ୍ତୁ କଣ ହୋଇଥିଲା ପୋଷ୍ଟ

ନୂଆଦିଲ୍ଲୀ : ବିଜେପି ସରକାରର କ୍ୟାବିନେଟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ଜ୍ୟୋତିରଦିତ୍ୟ ସିନ୍ଧିଆଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ ହୋଇଥିଲା । ଗୁରୁବାର ଶପଥ ପାଠ ଉତ୍ସବ ପରେ ପରେ ହିଁ ସିନ୍ଧିଆଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଥିଲା । ଏହି ସମୟରେ ଆକାଉଣ୍ଟରୁ ମୋଦିଙ୍କ ବିରୋଧରେ ଆକ୍ରମଣାତ୍ମକ ବୟାନ ଦେଉଥିବା ସିନ୍ଧିଆଙ୍କ ଏକ ଭିଡିଓ ଶେୟାର କରାଯାଇଥିଲା । ସିନ୍ଧିଆ କଂଗ୍ରେସରେ ରହିଥିବା ସମୟରେ ଏହି ଭିଡିଓଟିକୁ ପରବର୍ତ୍ତୀ ସମୟରେ ଫେସବୁକ୍ ହଟାଇ ଦେଇଥିଲା । ପରେ ସିନ୍ଧିଆଙ୍କ ଆକାଉଣ୍ଟକୁ ପୁନଃସ୍ଥାପିତ କରାଯାଇଥିଲା ।

ଏହି ମାମଲାକୁ ନେଇ ଗ୍ୱାଲିୟର ପୋଲିସ୍ ନିକଟରେ ଏକ ମାମଲା ରୁଜୁ କରିଛନ୍ତି ପୂର୍ବତନ ବିଧାୟକ ରମେଶ ଅଗ୍ରୱାଲ । ପୋଲିସ ଆଇଟି ଆକ୍ଟ ଆଧାରରେ ମାମଲା ରୁଜୁ କରିବା ସହିତ ତଦନ୍ତ ଜାରି ରଖିଛି । ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ମାସରେ ସିନ୍ଧିଆଙ୍କ ନେତୃତ୍ୱରେ ୨୪ ଜଣ କଂଗ୍ରେସ ବିଧାୟକ ଦଳ ଛାଡିଥିଲେ । ଏହାପରେ ଦେଢ ବର୍ଷର କମଲନାଥ ସରକାର ଭାଙ୍ଗି ଯାଇଥିଲା । ସିନ୍ଧିଆଙ୍କୁ ବିଜେପି ରାଜ୍ୟସଭା ଟିକେଟ ଦେଇଥିବା ବେଳେ ବର୍ତ୍ତମାନ କ୍ୟାବିନେଟରେ ମଧ୍ୟ ସାମିଲ କରିଛି ।

Get real time updates directly on you device, subscribe now.