fbpx
BSKY
BJD SHG SKY
BJD YOUTH SKY

(Video) କି ହୃଦୟ ବିଦାରକ ଦୃଶ୍ୟ! Live ମ୍ୟାଚ ଚାଲିଥିବା ବେଳେ ହଠାତ୍ ଚାଲିଗଲା ଖେଳାଳିଙ୍କ ଜୀବନ

ନୂଆଦିଲ୍ଲୀ: ଖେଳୁଥିବା ସମୟରେ ବେଳେବେଳେ ଖେଳାଳିଙ୍କ ସହିତ କିଛି ଦୁର୍ଘଟଣା ଘଟିଥାଏ ବା ସେମାନଙ୍କର ଜୀବନ ଚାଲିଯାଇଥାଏ । ନିକଟରେ ତାମିଲନାଡ଼ୁରେ ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଏକ କବାଡ଼ି ପ୍ରତିଯୋଗିତା ଚାଲିଥିବା ସମୟରେ ହଠାତ୍ ଜଣେ ଖେଳାଳି ଆଖି ବୁଜିଦେଇଥିଲେ । ପ୍ରତିପକ୍ଷଙ୍କ ସହିତ ଲଢ଼େଇ କରୁକରୁ ଜୀବନ ଯୁଦ୍ଧରେ ଉକ୍ତ ଖେଳାଳି ଜଣଙ୍କ ହାରିଯାଇଥିଲେ ।

ଖବର ମୁତାବକ, ତାମିଲଡ଼ାଡ଼ୁର ପଂରୁତୀରେ କବାଡ଼ି ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ଏକ ବଡ଼ ଦୁର୍ଘଟଣା ଘଟିଥିଲା । ଲାଇଭ ମ୍ୟାଚ ଚାଲିଥିବା ବେଳେ ଅଚାନକ ଜଣେ କବାଡ଼ି ଖେଳାଳି ପ୍ରାଣ ହରାଇଥିଲେ । ଖେଳ ଚାଲିଥିବା ବେଳେ ପ୍ରତିପକ୍ଷର ଖେଳାଳିଙ୍କଠାରୁ ନିଜକୁ ବଞ୍ଚାଇବାକୁ ସଂଘର୍ଷ କରୁଥିବା ସମୟରେ ହଠାତ୍ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।

ତେବେ ଯେଉଁ ଖେଳାଳିଙ୍କ ମୃତ୍ୟୁ ଘଟିଥିଲା, ସେ ହେଉଛନ୍ତି ୨୨ ବର୍ଷୀୟ ବିମଲରାଜ । ବିମଲରାଜ ସାଲେମ ଜିଲ୍ଲାର ଏକ ପ୍ରାଇଭେଟ କଲେଜରେ ପାଠ ପଢ଼ୁଥିଲେ । ଟୁର୍ଣ୍ଣାମେଣ୍ଟରେ ସେ ମୁରାଟ୍ଟୁ କାଲାଇ ଟିମ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ମୁକାବିଲାରେ ଭାଗ ନେଇଥିଲେ । ପ୍ରତିପକ୍ଷ ଖେଳାଳିଙ୍କ ଆଣ୍ଠୁ ବିମଲମଙ୍କ ଛାତିରେ ବାଜିବା ଫଳରେ ତାଙ୍କୁ ଆର୍ଟ ଆଟାକ୍ ହୋଇଥିବା କୁହାଯାଉଛି । ଏନେଇ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.