fbpx

ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରଶଂସକଙ୍କ ମନ ଜିଣୁଛି କାଜଲ୍, ଫଟୋ ଅପଲୋଡ୍‌  ହେବାର କିଛି ଘଣ୍ଟା ମଧ୍ୟରେ ମିଳୁଛି ଲକ୍ଷ ଲକ୍ଷ ଲାଇକ୍ ଓ କମେଣ୍ଟ୍

ମୁମ୍ବାଇ (ଓଡ଼ିଶା ଭାସ୍କର): ବଲିଉଡ୍‌ ଓ ଟଲିଉଡ୍‌ ଫ୍ୟାନ୍ସଙ୍କ ଅନ୍ୟତମ ଫେଭରାଇଟ୍‌ ଅଭିନେତ୍ରୀ କାଜଲ ଅଗ୍ରୱାଲ । ଲକ୍‌ଡାଉନ୍‌ ସମୟରେ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି କିଛି ଅନ୍ତିରଙ୍ଗ ଫଟୋ । ଫଟୋରେ ଅବଶ୍ୟ ସ୍ୱାମୀ ଗୌତମ କିଚଲୁ ଅଛନ୍ତି । ଏହା ସତ୍ତେ୍ୱ କାଜଲଙ୍କ ଫଟୋ ପ୍ରଶଂସକଙ୍କ ମନ ଜିଣୁଛି । ଅପଲୋଡ୍‌  ହେବାର କିଛି ଘଣ୍ଟା ମଧ୍ୟରେ ଫଟୋକୁ ମିଳିଛି ୮.୪୫ ଲକ୍ଷ ଲାଇକ୍‌ ମିଳିଛି ।

 

ଗତବର୍ଷ ଅକ୍ଟୋବର ୩୦ ତାରିଖରେ ଦୀର୍ଘଦିନର ବନ୍ଧୁ ତଥା ବ୍ୟବସାୟୀ ଗୌତମଙ୍କୁ ବିବାହ କରିଥିଲେ କାଜଲ । ନିକଟରେ ବଲିଉଡ୍‌ ଫିଲ୍‌ ‘ମୁମ୍ବାଇ ସାଗା’ରେ ନଜର ଆସିଥିବା ଏହି ଅଭିନେତ୍ରୀଙ୍କ ହାତରେ ୫ରୁ ୬ଟି ଫିଲ୍ମ ରହିଛି । ସେଗୁଡ଼ିକ ମଧ୍ୟରେ ରହିଛି କମଲ ହାସନଙ୍କ ସହ ‘ଇଣ୍ଡିଆନ ୨’ ଓ ଚିରଞ୍ଜିବୀଙ୍କ ‘ଆଚାର୍ଯ୍ୟ’ ଭଳି ଫିଲ୍ମ ।

Get real time updates directly on you device, subscribe now.