fbpx

ନେତାଙ୍କ ବଡ ବୟାନ: ମିଶିବ କି ‘କାଳିଆ’ ଓ ‘ପିଏମ୍ କିଷାନ’ ଯୋଜନା !

ଭୁବନେଶ୍ୱର,୪ ।୧୨(ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏହି ଦୁଇଟି ଯୋଜନା ମିଶିବାରେ କୌଣସି ଅପ୍ରାସଙ୍ଗିକତା ନାହିଁ । ଏହା ଦ୍ୱାରା ହିତାଧିକାରୀ ଚୟନରେ ସ୍ୱଚ୍ଛତା ଆସିବ । ଦୁଇଟି ଯୋଜନା ମିଶିଲେ ରାଜ୍ୟ ଉପରୁ ଆର୍ଥିକ ବୋଝ କମିବା ସ୍ୱାଭାବିକ ହେବ ।’

କାଳିଆ ଯୋଜନା ପ୍ରବର୍ତ୍ତନ ପରେ ପିଏମ କିଷାନ ଯୋଜନା ଆସିଥିଲା ବୋଲି ମନ୍ତ୍ରୀ କହିଛନ୍ତି । ତାଙ୍କ ମତରେ, ‘ଉପକୃତ ଚାଷୀଙ୍କ ଉନ୍ନତିରେ ସହାୟକ ହେବ ଏହି ଦ୍ୱିତୀୟ ଯୋଜନା । ଏହାଦ୍ୱାରା ହିତାଧିକାରୀଙ୍କ ସଂଖ୍ୟା ମଧ୍ୟ ବଢିବ ।’

ତେବେ କିଷାନ ଯୋଜନା ଲାଗୁ କରିବେନି ବୋଲି ରାଜ୍ୟ କେବେ କହିନାହିଁ । ତର୍ଜମା ପରେ ରାଜ୍ୟ ସରକାର ଏହା ଉପରେ ନିଷ୍ପତ୍ତି ନେଇପାରନ୍ତି ବୋଲି ପ୍ରଶାନ୍ତ କହିଛନ୍ତି ।

Get real time updates directly on you device, subscribe now.