fbpx

ଆସନ୍ତାକାଲି ମକର ଉତ୍ସବ ପାଇଁ କାଳିଜାଇଙ୍କ ପୀଠ ବନ୍ଦ

ଚିଲିକା: ଆସନ୍ତାକାଲି ମକର ଉତ୍ସବ ପାଇଁ ମାଆ କାଳିଜାଇଙ୍କ ପୀଠ ବନ୍ଦ ରହିବ । କୋରୋନା, ଓମିକ୍ରୋନ ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଛି । ପର୍ଯ୍ୟଟକଙ୍କୁ ନେଇ ପିକନିକ୍‌ ନ ଯିବା ପାଇଁ ଡଙ୍ଗା ଚାଳକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କାଲି ସାଧାରଣ ଲୋକଙ୍କ ପାଇଁ କାଳିଜାଇ ପୀଠ ଯିବାକୁ ମନା ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କାଲି ସକାଳ ୫ଟାରୁ କଟକଣା ଲାଗିବ । ଏନେଇ କୃଷ୍ଣପ୍ରସାଦ ତହସିଲଦାର ଉଲ୍ଲାସ ସେଠୀ ସୂଚନା ଦେଇଛନ୍ତି । ଏହା ସହିତ ଖୋର୍ଦ୍ଧା ଅଟ୍ରିରେ ବି ଚଳିତବର୍ଷ ଅଟ୍ରି ମକର ମେଳା ବନ୍ଦ ରହିବ । ଖୋର୍ଦ୍ଧା ଡିଭିଜନର ସମସ୍ତ ଦେବାଳୟରେ ୧୪୪ ଧାରା ଜାରି ହୋଇଛି । ଆସନ୍ତକାଲି ୨୪ ଘଣ୍ଟା ପାଇଁ ୧୪୪ ଧାରା ଲାଗୁ ହେବ । କେବଳ ୫ ଜଣ ସେବାୟତ /ପୂଜକରେ ନୀତିକାନ୍ତି ହେବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରାଶସନ ପକ୍ଷରୁ ଏହାର ନିଷ୍ପତ୍ତି ହୋଇଛି ।

ଏହାପୂର୍ବରୁ ଆସନ୍ତାକାଲି ଘଟଗାଁ ମା’ ତାରିଣୀ ମନ୍ଦିରରେ ଭକ୍ତଙ୍କ ପାଇଁ ସାଧାରଣ ଦର୍ଶନ ବ୍ୟବସ୍ଥା ବନ୍ଦ ରହିବ ବୋଲି ଘୋଷଣା କରାଯାଇଥିଲା । ମକର ସଂକ୍ରାନ୍ତିରେ ଶ୍ରଦ୍ଧାଳୁଙ୍କ ଗହଳିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । କରୋନା କଟକଣା ଭିତରେ ଏବେ ବିନା ଭୋଗରେ ଭକ୍ତଙ୍କ ଦର୍ଶନ ଜାରି ରହିଛି ।

Get real time updates directly on you device, subscribe now.