fbpx

ସ୍ପେସାଲ୍ ଅଲମ୍ପିକ୍ସରେ ରୌପ୍ୟ ପଦକ ଜିତିଲେ ଓଡ଼ିଆ ଝିଅ କଳ୍ପନା ଜେନା

ନୂଆଦିଲ୍ଲୀ: ଜର୍ମାନୀର ବର୍ଲିନରେ ଆୟୋଜିତ ସ୍ୱତନ୍ତ୍ର ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଛନ୍ତି ଓଡ଼ିଆ ଝିଅ କଳ୍ପନା ଜେନା। ସାଇକେଲ ଚାଳନା ୨ କିଲୋମିଟର ଟାଇମ୍ ଟ୍ରାଏଲ୍ ଇଭେଣ୍ଟରେ କଳ୍ପନା ଏହି ସଫଳତା ହାସଲ କରିଛନ୍ତି। କଳ୍ପନା ୫: ୪୨.୪୨ ମିନିଟ୍ ସମୟ ନେଇ ରୌପ୍ୟ ପଦକ ଜିତିଥିବା ବେଳେ ଭାରତ ଅନ୍ୟତମ ପ୍ରତିଯୋଗୀ ଶିବାନୀ ୫: ୨୨.୪୧ ମିନିଟ୍ ସମୟ ନେଇ ସ୍ୱର୍ଣ୍ଣ ପଦକ ହାତେଇଥିଲେ ଏବଂ କୋଷ୍ଟାରିକାର ଆନା ଜୁମ୍ବାଡୋ ୫: ୪୬.୬୩ ମିନିଟ୍ ସମୟ ନେଇ ବ୍ରୋଞ୍ଜ ପଦକ ପାଇଥିଲେ।

କଳ୍ପନା କଟକ ଅଟାଗର ବ୍ଲକର ରେଗେଡାପଡା ଗାଁର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରରୁ ଅସି ଆଜି ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପିତା ଗଦାଧର ଜେନା ଏବଂ ମାତା ଗୀତାଞ୍ଜଳି ଜେନା କୃଷି କାର୍ଯ୍ୟ କରନ୍ତି । କଳ୍ପନା ୨୦୧୯ ଆରମ୍ଭରୁ ଆଠଗଡ଼ରେ ବ୍ୟାଡମିଣ୍ଟନ୍‌, ଆଥଲେଟିକ୍ସ ଏବଂ ଫ୍ଲୋରବଲ୍ ଭଳି ବିଭିନ୍ନ ବିଭାଗରେ କ୍ରୀଡା ତାଲିମ ଗ୍ରହଣ କରିଛନ୍ତି ।

Get real time updates directly on you device, subscribe now.