fbpx
BJD
BJD SKY
BJD SKY

କାମାକ୍ଷାନଗର: ବୋମାମାଡ଼ କରି ଲୁଟି ନେଲେ ୧୪ ଲକ୍ଷ ଟଙ୍କା

ଓଡ଼ିଶା ଭାସ୍କର: ସକାଳୁ ସକାଳୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା। ବୋମାମାଡ଼ କରି ୧୪ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୁର୍ତ୍ତ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଜିରାଳ ସାପ୍ତାହିକ ହାଟରେ ଏଭଳି ବୋମାମାଡ଼ କରି ଲୁଟପାଟ୍ କରାଯାଇଛି।

ସୂଚନା ଅନୁସାରେ, ଗୋରୁ ହାଟକୁ ଆସିଥିବା ବେପାରୀଙ୍କୁ ଟାର୍ଗେଟ କରି ଦୁର୍ବୁତ୍ତମାନେ ବୋମାମାଡ଼ କରିଥିଲେ। ଅନ୍ୟପଟେ ବୋମାମାଡ଼ ସହ ୨ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଭୟଭୀତ କରାଯାଇଥିଲା। ତେବେ ଏଭଳି କିଛି କାଣ୍ଡ ଭିଆଇ ୧୪ ଲକ୍ଷ ଟଙ୍କା ସହ ଏକ ବୋଲର ଗାଡି ନେଇ ୫ ଦୁର୍ବୁତ୍ତ ଫେରାର ହୋଇଯାଇଛନ୍ତି। ସେପଟେ ଏହି ଘଟଣାର ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଁଚି ଛାନଭିନ୍ନ ଆରମ୍ଭ କରିଥିବା ଜଣାପଡିଛି। ତେବେ ଫେରାର ଦୁର୍ବୁତ୍ତଙ୍କ ସମ୍ପର୍କରେ କୌଣସି ବି ସଠିକ ସୂଚନା ମିଳିପାରି ନାହିଁ ।

Get real time updates directly on you device, subscribe now.