କାମାକ୍ଷାନଗର ଦୁର୍ଘଟଣା: ୩ ମୃତକଙ୍କ ପରିବାରକୁ ୪ ଲକ୍ଷ ସହାୟତା
ଶ୍ରମିକ ମୃତ: ୪ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: କାମାକ୍ଷାନଗର ରେକୁଳା ଗାଁ ନିକଟରେ ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ଘଟିଛି । ଏ ନେଇ ଦୁଃଖ ପ୍ରକାଶ କରିବା ସହ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ଆଜି ସକାଳୁ ପିଚୁ ଗାଡ଼ିକୁ ଏକ ହାଇୱା ଦ୍ରୁତ ଗତିରେ ଚାପି ଦେଇଥିଲା । ଯାହା ଫଳରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା ।
ଏହି ଦୁର୍ଘଟଣାଟି ଠିକା ସଂସ୍ଥାର ଅବହେଳାରୁ ଘଟିଥିବା ଅଭିଯୋଗ ରହିଛି । ଏହି ଘଟଣାପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇଯାଇ ଟାୟାର ଜାଲି ରାସ୍ତା ଅବରୋଧ କରିଥିଲେ । ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟରାସ୍ତାରେ ଯାତାୟତା ବାଧାପ୍ରାପ୍ତ ହୋଇଛି ।