fbpx

ନ୍ୟୁଜିଲାଣ୍ଡକୁ ବଡ଼ ଝଟକା: ବିଶ୍ୱକପର ପ୍ରଥମ ମ୍ୟାଚରୁ ବାଦ୍ ପଡ଼ିଲେ ୱିଲିୟମସନ

AAKASH

ନୂଆଦିଲ୍ଲୀ: ଆସନ୍ତା ମାସ ୫ ତାରିଖରେ ଭାରତରେ ଦିନିକିଆ ବିଶ୍ୱକପ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହା ମଧ୍ୟରେ ଗତଥରର ରନର୍ସ ଅପ୍ ନ୍ୟୁଜିଲାଣ୍ଡକୁ ଲାଗିଛି ଏକ ବଡ଼ ଝଟକା । ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଅଧିନାୟକ କେନ ୱିଲିୟମସନ ବିଶ୍ୱକପର ପ୍ରଥମ ମ୍ୟାଚ ଖେଳିପାରିବେ ନାହିଁ । ତେଣୁ ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ତାଙ୍କ ସ୍ଥାନରେ ଟମ ଲାଥମ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ।

ଆସନ୍ତା ୫ ତାରିଖରେ ଚଳିତ ବିଶ୍ୱକପର ଉଦଘାଟନୀ ମ୍ୟାଚରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ । ମାତ୍ର ଏହି ମ୍ୟାଚରେ ନ୍ୟୁଜିଲାଣ୍ଡର ଅନ୍ୟତମ ଷ୍ଟାର ବ୍ୟାଟ୍ସମ୍ୟାନ ଓ ଅଧିନାୟକ ଆଣ୍ଠୁ ଆଘାତ କାରଣରୁ ଖେଳିବେ ନାହିଁ । ଚଳିତ ୨୦୨୩ ଆଇପିଏଲ ସମୟରେ ୱିଲିୟମସନ ଆହତ ହୋଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ସର୍ଜରୀ କରାଇବାକୁ ପଡ଼ିଥିଲା ।

ତେବେ କେରଳର ତ୍ରିଭାଣ୍ଡମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ୱାର୍ମ-ଅପ ମ୍ୟାଚରେ ଖେଳିବାକୁ ୱିଲିୟମସନ ଚେଷ୍ଟା କରିବେ ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ ପକ୍ଷରୁ ଅଫିସିଆଲ ଭାବେ କୁହାଯାଇଛି । ୬ ମାସ ପୂର୍ବେ ୱିଲିୟମସନ ଶେଷ ଥର ପାଇଁ ନ୍ୟୁଜିଲାଣ୍ଡ ପାଇଁ ଖେଳିଥିଲେ । ଇଂଲଣ୍ଡ ବିପକ୍ଷ ମ୍ୟାଚ ପରେ ନ୍ୟୁଜିଲାଣ୍ଡର ୪ ଦିନିଆ ବ୍ରେକ ରହିଛି । ଅକ୍ଟୋବର ୯ ତାରିଖରେ ହାଇଦ୍ରାବାଦ ଠାରେ ନ୍ୟୁଜିଲାଣ୍ଡ ପ୍ରତିପକ୍ଷ ନେଦରଲାଣ୍ଡସକୁ ଭେଟିବ । ତେଣୁ ଉକ୍ତ ମ୍ୟାଚ ପୂର୍ବରୁ ୱିଲିୟମସନ ସମ୍ପୂର୍ଣ୍ଣ ଭାବେ ଫିଟ୍ ହେବା ନିହାତି ଜରୁରୀ ।

Get real time updates directly on you device, subscribe now.