fbpx
BSKY
BJD SHG SKY
BJD YOUTH SKY

ଅତ୍ୟନ୍ତ ଲଜ୍ଜାଜନକ, ଯୁବକଙ୍କୁ ନିଃବସ୍ତ୍ର କରି ବେଲ୍ଟରେ ପିଟି କୁକୁର ପରି ଆଚରଣ କରିବାକୁ କଲେ ବାଧ୍ୟ

ନୂଆଦିଲ୍ଲୀ:ମଧ୍ୟପ୍ରଦେଶ ଦାତିଆରୁ ଏକ ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି । ଏଠାରେ କିଛି ବଦମାସ୍ ବ୍ୟକ୍ତି ଜଣେ ଯୁବକଙ୍କ ଦେହରୁ ପୋଷାକ କାଢି ତାଙ୍କୁ ବେଲ୍ଟରେ ପିଟିଛନ୍ତି । କେବଳ ଏତିକି ନୁହେଁ ତାଙ୍କ ବେକରେ ବେଲ୍ଟ ବାନ୍ଧି ତାଙ୍କୁ କୁକୁର ପରି ଭୋକିବାକୁ ବାଧ୍ୟ କରିଛନ୍ତି । ଏହି ଘଟଣା ଏକ ବର୍ଷ ତଳର ହେଲେ ବି ଏହାର ଭିଡିଓ ଏବେ ସାମ୍ନାକୁ ଆସିଛି ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଖେଳିଯାଇଛି । ଭିଡିଓରେ ଦେଖିବାକୁ ମିଳୁଛି ଦୁଇ ଜଣ ବଦମାସ ବ୍ୟକ୍ତି ଜଣେ ଯୁବକଙ୍କୁ ଅର୍ଦ୍ଧନଗ୍ନ କରି ବେଲ୍ଟରେ ଭୀଷଣ ପିଟୁଛନ୍ତି । ଏତିକିରେ ସେମାନଙ୍କ ମନ ଶାନ୍ତି ହେଉନାହିଁ ଯେ, ସେମାନେ ଯୁବକ ବେକରେ ବେଲ୍ଟ ବାନ୍ଧି ତାକୁ କୁକୁର ପରି ଭୋକିବାକୁ ବାଧ୍ୟ କରୁଛନ୍ତି ।

ଏହିପରି ଏକ ଲଜ୍ଜାଜନକ ଘଟଣା ଦାତିଆ ଓ ଝାନସୀ ମଧ୍ୟରେ ପଡୁଥିବା ଏକ ଜଙ୍ଗଲ ସ୍ଥାନରେ ଘଟିଛି । ବଦମାସ ଲୋକମାନେ ଯୁବକଙ୍କୁ ଧରି ଜଙ୍ଗଲ ମଧ୍ୟକୁ ନେଇ ଯାଇଥିଲେ । ସେଠାରେ ତାଙ୍କ ଶରୀରରୁ କପଡା ଖୋଲି ଦେଇ ତାଙ୍କୁ ଅତି ନିର୍ମମ ଭାବରେ ବେଲ୍ଟରେ ପିଟିଛନ୍ତି । ଯୁବକ ଛାଡି ଦେବାକୁ ଗୁହାରି କରୁଥିଲେ ମଧ୍ୟ ବଦମାସ ଲୋକମାନେ ତାଙ୍କୁ ଛାଡିଦେବା ପରିବର୍ତ୍ତେ ତାଙ୍କ ବେକରେ କୁକୁର ପରି ପଟ୍ଟା ବାନ୍ଧି ତାଙ୍କୁ ଭୋକିବାକୁ ବାଧ୍ୟ କରୁଛନ୍ତି । ନ ଭୋକିଲେ ତାଙ୍କ ବେକ କାଟିଦେବେ ବୋଲି କହୁଛନ୍ତି ।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାରା ଦେଶରେ ଚର୍ଚ୍ଚା ଖେଳିଯାଇଛି । ପୋଲିସ ଏହି ଘଟଣାର ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରି ପଚରାଉଚୁରା ଆରମ୍ଭ କରିଛି । ଅଭିଯୁକ୍ତମାନେ ପୋଲିସକୁ କହିଛନ୍ତି ଏହି ଘଟଣା ଏକ ବର୍ଷ ତଳର । କିନ୍ତୁ ପୀଡିତ ଯୁବକ ଘଟଣା ବିଷୟରେ ଅଭିଯୋଗ କରି ନ ଥିବାରୁ ଏହା ସାମ୍ନାକୁ ଆସି ନ ଥିଲା ।

Get real time updates directly on you device, subscribe now.