fbpx

ଆନ୍ଦୋଳନ କରୁଥିବା କୃଷକଙ୍କୁ ଖଲିସ୍ତାନୀ କହିବା ମାମଲା: ପୋଲିସ ଷ୍ଟେସନରେ ପହଞ୍ଚିଲେ କଙ୍ଗନା

ମୁମ୍ବାଇ: ଶିଖ୍ ସମୁଦାୟ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ମାମଲାରେ ଅଭିନେତ୍ରୀ କଙ୍ଗନା ଗୁରୁବାର ଖାର ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ଯେଉଁଠାରେ ପୋଲିସ୍ ତାଙ୍କୁ ପ୍ରାୟ ଦେଢ଼ ଘଣ୍ଟା ଧରି ପଚରାଉଚରା କରିଥିଲା ।

ସେପଟେ ଅଭିଯୋଗକାରୀ ଅମରଜୀତ ସିଂହ ସନ୍ଧୁ କହିଛନ୍ତି କଙ୍ଗନା ଶିଖ୍ ସମୁଦାୟଙ୍କ ଭାବନାକୁ ଆଘାତ କରିଛନ୍ତି । ସେ କୃଷି ଆଇନର ପ୍ରତ୍ୟାହାରକୁ ନେଇ ଶିଖ୍ ଙ୍କୁ ଖଲିିସ୍ତାନୀ କହିଥିଲେ ଏବଂ ଅନ୍ୟ କଥା ମଧ୍ୟ କହିଥିଲେ । ଏମିତି ଓଲଟା ସିଧା କଥା ସେ କାହିଁକି କହୁଛନ୍ତି । ସେ କହିଛନ୍ତି କଙ୍ଗନା ଯଦି କ୍ଷମା ମାଗିବେ ତେବେ ତାଙ୍କୁ କ୍ଷମା କରାଯିବ ଏବଂ ମାମଲାକୁ ଶେଷ କରାଯିବ । କଙ୍ଗନା ଏହା ଭଲ ଭାବରେ ଜାଣିଛନ୍ତି ଆମେ ସେହି ସମୁଦାୟର ଯେଉଁମାନେ କ୍ଷମା କରିବା ଏବଂ ସୁଯୋଗ ଦେବାରେ ବିଶ୍ୱାସ ରଖୁ । ଅନ୍ୟପଟେ କଙ୍ଗନାଙ୍କ ଓକିଲ କହିଛନ୍ତି ବର୍ତ୍ତମାନ କଙ୍ଗନା ନିଜର ବୟାନ ରଖୁଛନ୍ତି କ୍ଷମା ମାଗିବାର ପ୍ରଶ୍ନ ହିଁ ଉଠୁନାହିଁ । ସେ ଆହୁରି କହିଛନ୍ତି ପ୍ରଥମେ ଏଫଆଇଆର କରାଯାଉଛି ଏବଂ ପରେ କ୍ଷମା ମାଗିବାକୁ କୁହାଯାଉଛି ଏଭଳି ଧମକ ଚଳିବନାହିଁ । କେସ ଶେଷ କରିବା ପାଇଁ ହାଇକୋର୍ଟ ମାମଲା ଚାଲିଛି ।

ପ୍ରକୃତରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏକ ପୋଷ୍ଟକୁ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଯେଉଁଥିରେ ସେ କୃଷକ ଆନ୍ଦୋଳନକୁ ବିଚ୍ଛିନ୍ନତାବଦୀ ସଂଗଠନ ସହ ଯୋଡ଼ିଥିଲେ ଏବଂ ଶିଖ୍ ଙ୍କୁ ଖଲିିସ୍ତାନୀ କହିଥିଲେ । ଯାହା ପରେ ଶିଖ୍ ସଂଗଠନ ତାଙ୍କ ମନ୍ତବ୍ୟକୁ ନେଇ ଅଭିଯୋଗ କରିଥିଲେ, ଏବଂ ଖାର ପୋଲିସ୍ ଷ୍ଟେସନରେ ଏଫଆଇଆର ରୁଜୁ ହୋଇଥିଲା ।

 

Get real time updates directly on you device, subscribe now.