fbpx
BJD SKY
BJD SKY

ଟ୍ୱିଟରରେ ଭାଇରାଲ ହେଲା କଙ୍ଗନା-ଦିଲଜିତଙ୍କ କାର୍ଟୁନ

BJD

ନୂଆଦିଲ୍ଲୀ, ୪ା୧୨: କୃଷି ଆଇନକୁ ନେଇ ଅଭିନେତା ଦିଲଜିତ ଦୋସାଞ୍ଜ ଓ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ମଧ୍ୟରେ ଚାଲିଥିବା ଟ୍ୱିଟର ଯୁଦ୍ଧ ଥମିବାର ନାଁ ଧରୁନାହିଁ । ଦୁଇଜଣଙ୍କ ମଧ୍ୟରେ ଚାଲିଥିବା ଏହି ବିବାଦରେ ଫ୍ୟାନମାନେ ମଧ୍ୟ ଦୁଇଭାଗରେ ବିଭକ୍ତ ହୋଇଯାଇଥିବା ଜଣାଯାଇଛି । ବର୍ତ୍ତମାନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟରରେ ଉଭୟପକ୍ଷଙ୍କ ଫ୍ୟାନମାନେ ଉଭୟଙ୍କୁ ଖୁବ୍ ସମର୍ଥନ କରୁଥିବା ଦେଖାଦେଇଛି । ଯଦିଓ ଗୁରୁବାର ଦିନ ଉଭୟଙ୍କ ଏହି ବିବାଦ ଶାନ୍ତି ପଡ଼ିଯାଇଥିଲା, ତଥାପି ବର୍ତ୍ତମାନ ପର୍ଯ୍ୟନ୍ତ ଫ୍ୟାନମାନେ ଏହାକୁ ଟ୍ୱିଟରରେ ଟ୍ରେଣ୍ଡ ଚଳାଇଛନ୍ତି । କଙ୍ଗନାଙ୍କ ଫ୍ୟାନମାନେ ତାଙ୍କର କାର୍ଟୁନ ଓ ଦିଲଜିତଙ୍କ ଫ୍ୟାନମାନେ ତାଙ୍କର କାର୍ଟୁନ ସୋସିଆଲ ମିଡ଼ିଆରେ ଭାଇରାଲ କରୁଥିବା ଦେଖାଦେଇଛି । ସୂଚନାଯୋଗ୍ୟ ଯେ, କିଷାନ ଆନ୍ଦୋଳନ ସମୟରେ ଜଣେ ମହିଳାଙ୍କୁ କଙ୍ଗନା ଶାହିନ ବାଗର ବିଲକିଶ ଦାଦିଙ୍କ ସହ ତୁଳନା କରିବାକୁ ନେଇ ଦିଲଜିତଙ୍କ ସହ ତାଙ୍କର ବିବାଦ ଆରମ୍ଭ ହୋଇଥିଲା ।

Get real time updates directly on you device, subscribe now.