fbpx

ଫେରିଲା ମହାପ୍ରଭୁଙ୍କ ସୂର୍ଯ୍ୟ-ଚନ୍ଦ୍ର

ପୁରୀ,୪ ।୧୨(ଓଡିଶା ଭାସ୍କର): ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଲାଗିଥିବା ସୂର୍ଯ୍ୟ ଚନ୍ଦ୍ର ଫେରିଛି । ବେଶଲାଗି ପରେ ନେଇଯାଇଥିଲେ ସେବାୟତ । ଏନେଇ ଖବର ପ୍ରସାରଣ ପରେ ତଦନ୍ତ ହୋଇଥିଲା । ଆଜି ସକାଳେ ବେଶ କାରିଗରଙ୍କୁ ସୂର୍ଯ୍ୟଚନ୍ଦ୍ର ଫେରାଇଛନ୍ତି ସମ୍ପୃକ୍ତ ସେବାୟତ । କିନ୍ତୁ ତଦନ୍ତ ଚାଲିଥିବାରୁ ତାହାକୁ ଗ୍ରହଣ କରିନାହିଁ ଶ୍ରୀମନ୍ଦିର ପ୍ରଶାସନ । ଏନେଇ ସୂଚନା ଦେଇଛନ୍ତି ବେଶକାରିଗର ବସନ୍ତ ରଣା ।

ତେବେ ଗତ ୨୬ରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନାଗାର୍ଜ୍ଜୁନ ବେଶ ହୋଇଥିଲା ।

Get real time updates directly on you device, subscribe now.