fbpx

‘ଏମରଜେନ୍ସି’କୁ ନେଇ ଅପଡେଟ୍ ସେୟାର କଲେ କଙ୍ଗନା, କହିଲେ ଚଳିତ ବର୍ଷ ରିଲିଜ୍ ହେବ ନାହିଁ ଫିଲ୍ମ

ମୁମ୍ବାଇ: ଦମଦାର ଅଭିନୟ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରୀରେ କଙ୍ଗନା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏବେ କଙ୍ଗନା ତାଙ୍କର ଅପକମିଂ ଫିଲ୍ମ ‘ତେଜସ’କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଅନ୍ୟପକ୍ଷରେ ସେ ତାଙ୍କର ବହୁ ଅପେକ୍ଷିତ ଫିଲ୍ମ ଏମରଜେନ୍ସିକୁ ନେଇ ସେ ଏବେ ନୂଆ ଅପଡେଟ୍ ସେୟାର କରିଛନ୍ତି । ଏହି ଫିଲ୍ମର ରିଲିଜ୍ ଡେଟ୍ ପୋଷ୍ଟପୋନ୍ କରି ଦିଆଯାଇଛି । ଏହି ଫିଲ୍ମରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଇନ୍ଦିରା ଗାନ୍ଧୀଙ୍କ ଭୂମିକା ନିଭାଇଛନ୍ତି ।

ଏବେ ସୋସିଆଲ ମିଡିଆରେ କଙ୍ଗନା ତେଜସ୍ ପରିବର୍ତ୍ତେ ଫିଲ୍ମ ଏମରଜେନ୍ସିକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସୋସିଆଲ ମିଡିଆରେ ସେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ତାଙ୍କର ଏହି ଫିଲ୍ମ ଚଳିତ ବର୍ଷ ରିଲିଜ୍ ହେବ ନାହିଁ । ଏହାର ରିଲିଜ୍ ଡେଟ୍‌କୁ ବଢାଇ ଦିଆଯାଇଛି । କଙ୍ଗନା ଏହି ବିଷୟରେ ନିଜ ଏକ୍ସ ଓ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଏହି ଫିଲ୍ମର ନିର୍ଦ୍ଦେଶନା ବି କଙ୍ଗନା କରୁଛନ୍ତି । ଏହି ଫିଲ୍ମ ୨୦୨୪ରେ ରିଲିଜ୍ ହେବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.