fbpx
BSKY
BJD SHG SKY
BJD MC SKY

‘ଗାଜାରେ ପଶି ଆମେ ହମାସ ଆତଙ୍କବାଦୀଙ୍କୁ ମାରିବୁ’, ଜାଣନ୍ତୁ କ’ଣ କହିଲେ ଇସ୍ରାଏଲ୍ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ଆତଙ୍କବାଦୀ ସଂଗଠନ ହମାସର ଆକ୍ରମଣ ପରେ ଇସ୍ରାଏଲ ଗାଜା ଷ୍ଟ୍ରିପ ଉପରେ ଏକ ଦୃଢ ପ୍ରତିଶୋଧ ନେଇଛି । ଗାଜା ଷ୍ଟ୍ରିପରେ ଇସ୍ରାଏର ଏୟାର ଷ୍ଟ୍ରାଇକରେ ବହୁ ସଂଖ୍ୟକ ଆବାସିକ କୋଠାକୁ ନଷ୍ଟ କରିଦିଆଯାଇଛି । ଏହାରି ମଧ୍ୟରେ ୟୁଏନରେ ଇସ୍ରାଏଲର ରାଷ୍ଟ୍ରଦୂତ ତରଫରୁ ବଡ ବିବୃତ୍ତି ଜାରି କରାଯାଇଛି । ଏହି ବିବୃତ୍ତିରେ କୁହାଯାଇଛି ଯେ, ଗାଜା ଉପରେ ଇସ୍ରାଏଲ ଦ୍ୱାରା କବଜାର କୌଣସି ଉଦ୍ଦେଶ୍ୟ ନାହିଁ, ଆମ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ, ଆମେ ଗାଜାରେ ପ୍ରବେଶ କରି ହମାସ ଆତଙ୍କବାଦୀଙ୍କୁ ମାରିବୁ ।

ଏହି ବୟାନଟି ଏହି ସମୟରେ ଆସି ପହଁଚିଛି, ଯେଉଁ ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏକ ଇଣ୍ଟରଭ୍ୟୁରେ ଇସ୍ରାଏଲକୁ ପରୋକ୍ଷ ଭାବେ ଗାଜା ଉପରେ ଅକ୍ତିଆର ନ କରିବାକୁ କହିଛନ୍ତି । ଗାଜା ବର୍ଡରରରେ ବର୍ତ୍ତମାନ ତିନି ଲକ୍ଷରୁ ଅଧିକ ସେନା ନିୟୋଜିତ ଅଛନ୍ତି । ଇସ୍ରାଏଲ ବିଗତ ଦିନରେ ଗାଜାର ୧୦ ଲକ୍ଷ ଲୋକଙ୍କୁ ସେଠାରୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇଛି । ଅନ୍ୟପଟେ ଇରାନ ଇସ୍ରାଏଲକୁ ଧମକ ଦେଇଛି ଯେ, ଯଦି ଗାଜା ଉପରେ ଆକ୍ରମଣ ହୁଏ ତେବେ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ । ଏହାରି ମଧ୍ୟରେ ଗାଜା ଷ୍ଟ୍ରିପରେ ପରିସ୍ଥିତି ଗମ୍ଭୀର ଅଛି ।

ସଂଯୁକ୍ତ ରାଷ୍ଟ୍ରରେ ଇସ୍ରାଏଲର ରାଷ୍ଟ୍ରଦୂତ ଗିଲାଦ ଗର୍ଦାନ ଏକ ବିବୃତ୍ତିରେ କହିଛନ୍ତି ଯେ, ଇସ୍ରାଏଲକୁ ଗାଜା ଉପରେ କବଜା କରିବାର କୌଣସି ଆଗ୍ରହ ନାହିଁ, ହେଲେ ହମାସକୁ ଗାଜା ଧ୍ୱଂସ କରିବା ପାଇଁ ଯାହା ଆବଶ୍ୟକ ତାହା କରାଯିବ । କିନ୍ତୁ ଏହା ହେଉଛି ଆମ ପାଇଁ ଏକମାତ୍ର ଉପାୟ ଏବଂ ଆମେ ବଞ୍ଚିବା ପାଇଁ ଏହା କରୁଛୁ । ଯେପରି ରାଷ୍ଟ୍ରପତି ବାଇଡେନ ନିଜେ କହିଛନ୍ତି ହମାସକୁ ଧ୍ୱଂସ କରିବା ପାଇଁ । ସେଥିପାଇଁ ଆମେ ତାହା କରିବାକୁ ଯାଉଛୁ, ଯାହା ସେମାନଙ୍କ କ୍ଷମତାକୁ ନଷ୍ଟ କରିଦେବ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲକୁ ତଟୀୟ କ୍ଷେତ୍ରରେ କବଜା କରିବା ବିରୋଧରେ ଚେତାବନୀ ଦେଇଛି । ସେ କହିଛନ୍ତି ଯେ, ଗାଜା ଉପରେ ଅକ୍ତିଆର କରିବା ଇସ୍ରାଏଲର ବଡ ଭୁଲ ହେବ ।

Get real time updates directly on you device, subscribe now.