fbpx

କାର୍ତ୍ତିକଙ୍କୁ ବ୍ଲା୍କଲିଷ୍ଟ କରିବା ପ୍ରସଙ୍ଗରେ ପରୋକ୍ଷରେ କରନଙ୍କ ଉପରେ ବର୍ଷିଲେ କଙ୍ଗନା

ମୁମ୍ବାଇ, ୧୭ ।୪ (ଓଡିଶା ଭାସ୍କର) : ଧର୍ମା ପ୍ରଡକ୍ସନ୍ ହାଉସ୍ ରୁ ବଲିଉଡ୍ ଅଭିନେତା କାର୍ତ୍ତିକ ଆରିୟନଙ୍କୁ ବ୍ଲାକଲିଷ୍ଟ କରାଯିବା ପରେ ସେ ଏବେ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମ “ଦୋସ୍ତାନା-୨”ରୁ କାର୍ତ୍ତିକଙ୍କୁ ବାହାର କରାଯାଇଛି । ଏହାପରେ ଫ୍ୟାନ୍ସ ମାନେ ତାଙ୍କ ସପକ୍ଷରେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି । ଏହା ଭିତରେ କନଟ୍ରୋଭର୍ସି କୁଇନ୍ କଙ୍ଗନା ରଣାୱତ୍ ମଧ୍ୟ କାର୍ତ୍ତିକଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି ଏବଂ ସିଧାସଳଖ କରନ ଜୋହରଙ୍କୁ ଟାର୍ଗେଟ କରିଛନ୍ତି । ଏନେଇ ସେ ଟୁଇଟ୍ କରି କରନଙ୍କ ଉପରେ ବର୍ଷିଛନ୍ତି ।

ସେ ଟୁଇଟ୍ କରି କହିଛନ୍ତି ଯେ, “କାର୍ତ୍ତିର୍କ ନିଜ ଦମ୍ ରେ ଏ ପର୍ଯ୍ୟନ୍ତ ପହଞ୍ଚିଛନ୍ତି ଏବଂ ନିଜ ଦମ୍ ରେ ହିଁ ଆଗକୁ ରହିବେ । ଆଉ ଖାଲି ବାପା ଏବଂ ତାଙ୍କର ନେପୋ ଗ୍ୟାଙ୍ଗଙ୍କୁ ମୋର ଗୋଟିଏ ଅନୁରୋଧ ଯେ, ଦୟା କରି ତାଙ୍କୁ ଏକୁଟିଆ ଛାଡିଦିଅ । ସୁଶାନ୍ତ ସିଂଙ୍କ ପରି ତା ପଛରେ ଆଉ ପଡନି ଯାହା ଫଳରେ କି ସେ ଫାଶୀ ଦେଇଦେବ । ଶାଗୁଣା ମାନେ ତାକୁ ଏକୁଟିଆ ଛାଡିଦିଅ’ । ତେବେ ଖାଲି ଏହି ଗୋଟିଏ ଟୁଇଟ୍ ନୁହେଁ ଆଉ ଏକ ଟୁଇଟ୍ ରେ ମଧ୍ୟ କହିଛନ୍ତି ଯେ, “କାର୍ତ୍ତିକ ଆରିୟନକୁ ଏପରି ଚିଲର୍ ମାନଙ୍କୁ ଡରିବା କିଛି ଦରକାର ନାହିଁ । ଖରାପ ଆର୍ଟିକଲ୍ ଲେଖି ଏବଂ ଘୋଷଣାମାନ କରି ତୁମର ମନୋବଳକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ସେମାନେ ସୁଶାନ୍ତ ସିଂ ରାଜପୁତଙ୍କ ବିଷୟରେ ମଧ୍ୟ ଏହିପରି ଭାବରେ ଖରାପ ବ୍ୟବହାର ଏବଂ ଡ୍ରଗ୍ ମାମଲା ବିସ୍ତାର କରିଥିଲେ” ।

କଙ୍ଗନା ଆହୁରି ମଧ୍ୟ କହିଛନ୍ତି ଯେ, “କାର୍ତ୍ତିକ ଆମେ ତୁମ ସହିତ ଅଛୁ । ଯିଏ ତୁମକୁ ତିଆରି କରିନି ସେ ତୁମକୁ ଭାଙ୍ଗିପାରିବ ନାହିଁ । ଆଜି ତୁମକୁ ଏକୁଟିଆ ଅନୁଭବ ହେଉଥିବ ହେଲେ ଏପରି ଅନୁଭବ କରିବା ଦରକାର ନାହିଁ” । ତେବେ ଖାଲି କଙ୍ଗନା ନୁହଁନ୍ତି କାର୍ତ୍ତିକଙ୍କ ଫ୍ୟାନ୍ସ ମାନେ ମଧ୍ୟ ଏଥିରେ ଅସନ୍ତୁଷ୍ଟ ଅଛନ୍ତି ।

ସୁଚନା ଯେ, ଫିଲ୍ମ “ଦୋସ୍ତାନା-୨”ରୁ କାର୍ତ୍ତିକଙ୍କୁ ବାହାର କରିବା ପରେ କରନ ଜୋହର ତାଙ୍କୁ ଇନଷ୍ଟାଗ୍ରାମରୁ ଅନ୍ ଫଲୋ କରିଦେଇଛନ୍ତି । ଫିଲ୍ମରୁ ହଟାଇବା ପୁର୍ବରୁ କାର୍ତ୍ତିକ ୨୦ ଦିନର ସୁଟିଂ କରିସାରିଥିଲେ । କିନ୍ତୁ ତାଙ୍କ ଅନପ୍ରୋଫେସନାଲ୍ ବ୍ୟବହାର ପାଇଁ ଫିଲ୍ମରୁ ବାହାର କରାଯାଉଛି ବୋଲି ଧର୍ମା ପ୍ରଡକ୍ସନ ଗୋଟିଏ ଷ୍ଟେଟମେଣ୍ଟ ମାଧ୍ୟମରେ କହିଛନ୍ତି ।

Get real time updates directly on you device, subscribe now.