fbpx

ନିର୍ବାଚନ ଲଢିବା ନେଇ କଙ୍ଗନା ଦେଲେ ସଂକେତ, କହିଲେ ପ୍ରଭୁଙ୍କ କୃପା ଥିଲେ ନିଶ୍ଚୟ ଏଥର ଲଢିବି

Advertisement

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ନିଜ ଫିଲ୍ମ କାରଣରୁ ଯେତିକି ଚର୍ଚ୍ଚାରେ ରହିଥାନ୍ତି ନିଜର ରାଜନୈତିକ ବୟାନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ରାଜନୀତିରେ ଏଣ୍ଟ୍ରୀକୁ ନେଇ ମଧ୍ୟ ବଡ ବୟାନ ଦେଇଛନ୍ତି । କଙ୍ଗନା ମିଡିଆ ସହ ସାକ୍ଷାତକାର ସମୟରେ କହିଛନ୍ତି ଯଦି ପ୍ରଭୁ ଶ୍ରୀକୃଷ୍ଣଙ୍କ ଦୟା ରହିଲା ତେବେ ସେ ନିଶ୍ଚୟ ନିର୍ବାଚନରେ ଲଢିବେ । ଏହାସହିତ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ, ଯଦି କଙ୍ଗନା ନିର୍ବାଚନ ଲଢିବେ ତେବେ ସେ ବିଜେପିରୁ ହିଁ ଲଢିବେ ।

କଙ୍ଗନା ରାଣାୱତ ଶ୍ରୀକୃଷ୍ଣ ନଗରୀ ଦ୍ୱାରକାରେ ମନ୍ଦିର ଦର୍ଶନ କରିଛନ୍ତି । ଏଥର ଦଶହରା ଅବସରରେ କଙ୍ଗନା ଦିଲ୍ଲୀର ଲାଲକିଲ୍ଲାରେ ଆୟୋଜିତ ପ୍ରସିଦ୍ଧ ଲବକୁଶ ରାମଲୀଳାରେ ରାବଣ ଦହନ କରିବାକୁ ପହଞ୍ଚିଥିଲେ । ଏଠାରେ ସାଧାରଣତଃ ପ୍ରଧାନମନ୍ତ୍ରୀ ରାବଣ ଦହନ କରିଥାନ୍ତି । କିନ୍ତୁ ଏଥର କଙ୍ଗନା ରାବଣ ଦହନ କରିବା ଏହା ମଧ୍ୟ ସଂକେତ ଦେଇଛି କି ସେ ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି ବୋଲି ।

Get real time updates directly on you device, subscribe now.