fbpx
BSKY
BJD MC SKY
BJD MS SKY

ମଧ୍ୟବିତ୍ତଙ୍କ ପାଇଁ ନୂଆ ଯୋଜନା ଆଣୁଛନ୍ତି ମୋଦୀ ସରକାର, କୋଟି କୋଟି ଲୋକଙ୍କୁ ମିଳିବ ଫାଇଦା

ନୂଆଦିଲ୍ଲୀ: ଯଦି ସବୁକିଛି ଠିକ ରୁହେ, ତେବେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପରେ କେନ୍ଦ୍ର ସରକାର ସହରାଞ୍ଚଳ ମଧ୍ୟବିତ୍ତ ପରିବାରଙ୍କୁ ବଡ଼ ଉପହାର ଦେଇପାରନ୍ତି  । ନିର୍ବାଚନ ପରେ ସରକାର ଏହି ବର୍ଗ ପାଇଁ ଏକ ନୂଆ ଗୃହ ଯୋଜନା ଲଞ୍ଚ କରିପାରନ୍ତି ବୋଲି ଅନୁମାନ କରାଯାଉଛି ।  ଏହାର ଉଦ୍ଦେଶ୍ୟ ହେଉଛି ଲୋକଙ୍କ ନିଜ ଘର ପାଇବାର ସ୍ୱପ୍ନକୁ ପୂରଣ କରିବା  ।

 

କେଉଁ ପ୍ରକାରର ଉପହାର ପାଇବେ?

ଗୃହ ଯୋଜନା ଅଧୀନରେ ଆପଣ ଋଣ ସୁଧ ଉପରେ ବଡ଼ ଆରାମ ପାଇପାରିବେ  । ଏହି ଯୋଜନା ଅନୁଯାୟୀ, ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ଉପରେ ୩-୬.୫% ମଧ୍ୟରେ ବାର୍ଷିକ ସୁଧ ସବସିଡି ପ୍ରଦାନ କରାଯାଇପାରେ  । ୨୦ ବର୍ଷ କାର୍ଯ୍ୟକାଳ ପାଇଁ ୫୦ ଲକ୍ଷରୁ କମ୍ ଘର ଲୋନ୍ ଏହି ଯୋଜନା ଅଧୀନରେ ରହିବ । ନିକଟରେ ମିଡିଆ ରିପୋର୍ଟରେ କୁହାଯାଇଛି ଯେ, ଏହି ଯୋଜନା ଆସନ୍ତା ୫ ବର୍ଷ ପାଇଁ ହେବ ଏବଂ ସରକାର ଏଥିପାଇଁ ୭.୨ ବିଲିୟନ ଡଲାର ଖର୍ଚ୍ଚ କରିବେ । ନିକଟରେ ଏହି ଯୋଜନା ସମ୍ପର୍କରେ ସରକାରୀ କର୍ମଚାରୀ ଏବଂ ବ୍ୟାଙ୍କର ପ୍ରତିନିଧୀଙ୍କ ମଧ୍ୟରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

 

ଯୋଜନା କାହିଁକି ଗୁରୁତ୍ୱପୂର୍ଣ୍ଣ :-

ସରକାରଙ୍କ ନୂଆ ଯୋଜନା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ, କାରଣ ୨୦୨୪ ମସିହାରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ପୂର୍ବରୁ ସରକାର ବିଭିନ୍ନ ଉପାୟରେ ରିଲିଫ ଯୋଗାଉଛନ୍ତି । ଉଜ୍ଜ୍ୱଳା ଯୋଜନାର ସବସିଡିରେ ୧୦୦ ଟଙ୍କା ବୃଦ୍ଧି ମଧ୍ୟ ଏହାର ଏକ ଅଂଶ । ସେହିଭଳି ଭବିଷ୍ୟତରେ ମଧ୍ୟ ଅନେକ ରିଲିଫ୍ ଆଶା କରାଯାଉଛି  । ୨୦୨୪ ର ମଧ୍ୟବର୍ତ୍ତୀ ବଜେଟରେ ଲୋକମାନେ ଅନେକ ବଡ଼ ଉପହାର ପାଇପାରିବେ  । ଆକଳନ କରାଯାଇଛି ଯେ ସରକାର ପିଏମ-କିଷାନ ଯୋଜନାର କିସ୍ତି ମଧ୍ୟ ବୃଦ୍ଧି କରିବେ । ବର୍ତ୍ତମାନ ଏହି ଯୋଜନା ଅଧୀନରେ କୃଷକମାନେ ବାର୍ଷିକ ୬୦୦୦ ଟଙ୍କା ପାଉଛନ୍ତି କିନ୍ତୁ ଏବେ ଏହାକୁ ୧୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇପାରେ ।

Get real time updates directly on you device, subscribe now.