fbpx

ଜାଡେଜା ନୁହଁନ୍ତି ଏହି ଖେଳାଳୀଙ୍କୁ ମିଳିଲା ବେଷ୍ଟ ଫିଲ୍ଡର ମେଡାଲ, ନାମ ଘୋଷଣା କଲେ ସଚ୍ଚିନ

ନୁଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ୱାନ ଡେ ୱାର୍ଲ୍ଡକପ୍ ୨୦୨୩ରେ ନିଜର ବିଜୟ ଅଭିଯାନ ଶ୍ରୀଲଙ୍କା ବିରୁଦ୍ଧ ମ୍ୟାଚ୍ରେ ବି ଜାରି ରଖିପାରିଛି । ଫଳରେ ଭାରତୀୟ ଟିମ୍ ଏବେ ସେମିଫାଇନାଲ ଲାଗି ନିଜର ସ୍ଥାନ ପୁରା ପକ୍କା କରି ନେଇଛି । ଶ୍ରୀଲଙ୍କା ମ୍ୟାଚ୍ ପରେ ଫିଲ୍ଡିଂ କୋଚ୍ ବେଷ୍ଟ ଫିଲ୍ଡର ମେଡାଲ ଦେବା ଲାଗି ପୁଣି ଅଭିନବ ଉପାୟ ଆପଣାଇଛନ୍ତି । ଏହି କ୍ରମରେ ସଚିନ ତେନ୍ଦୁଲଙ୍କରଙ୍କ ଦ୍ୱାରା ଖେଳାଳୀଙ୍କ ନାମ ଘୋଷଣା କରାଯାଇଛି । ସଚିନ ଏକ ରେକର୍ଡେଡ୍ ଭିଡିଓ ଜରିଆରେ ଯେତେବେଳେ ଖେଳାଳୀଙ୍କ ନାମ ଘୋଷଣା କଲେ ସେତେବେଳେ ଟିମ୍ର ସମସ୍ତ ଖେଳାଳୀଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଖୁସି ଦେଖିବାକୁ ମିଳିଥିଲା ।

ଟିମ୍ ଇଣ୍ଡିଆର ଫିଲ୍ଡିଂ କୋଚ୍ ଟି. ଦିଲ୍ଲୀପ ଭାରତ ଓ ଶ୍ରୀଲଙ୍କା ମ୍ୟାଚ୍ ମଧ୍ୟରେ ଦମଦାର ଫିଲ୍ଡିଂ କରିବା ଲାଗି ୩ ଜଣ ଖେଳାଳୀଙ୍କୁ ଚୟନ କରିଥିଲେ ଯେଉଁମାନଙ୍କ ମଧ୍ୟରେ ଥିଲେ କେ.ଏଲ୍ ରାହୁଲ, ରବୀନ୍ଦ୍ର ଜାଡେଜା ଓ ଶ୍ରେୟସ ଆୟର । ଏହାପରେ ସଚ୍ଚିନ ତେନ୍ଦୁଲକର ଶ୍ରେୟସ ଆୟରଙ୍କୁ ଏହି ମ୍ୟାଚ୍ରେ ବେଷ୍ଟ ଫିଲ୍ଡର ଭାବରେ ଚୟନ କରିଥିଲେ । ଆୟର ଫିଲ୍ଡିଂଂ ସମୟରେ ସ୍ଲିପ୍ରେ ସଦିର ସମରାବିକ୍ରମାଙ୍କ କ୍ୟାଚ୍ ଧରିବା ସହିତ ମିଡ୍ ଅନ୍ରେ ଦୌଡି ଦୌଡି ଦିଲଶାନ ମଦୁଶଙ୍କା କ୍ୟାଚ୍ ଧରିଥିଲେ । ଅନ୍ୟପକ୍ଷରେ ଜାଡେଜା ମ୍ୟାଚ୍ରେ କେବଳ ଗୋଟିଏ କ୍ୟାଚ୍ ପଏଣ୍ଟ ଦିଗରେ ଚରିଥ ଅସଲଙ୍କାଙ୍କ କ୍ୟାଚ୍ ଧରିଥିଲେ । ସେହିପରି କେ.ଏଲ୍ ରାହୁଲ ୱିକେଟ୍ କିପିଂରେ ଦୁଶାନ ହେମନ୍ଥା ଓ ଦୁଷ୍ମାନ୍ତା ଚମିରାଙ୍କ କ୍ୟାଚ୍ ଧରିଥିଲେ । ସଚ୍ଚିନ ଶ୍ରେୟସ ଆୟରଙ୍କ ନାମ ଘୋଷଣା କରିବା ସହିତ ଭାରତୀୟ ଖେଳାଳୀଙ୍କୁ ଏହି ଟୁର୍ଣ୍ଣାମେଣ୍ଟରେ ଆଗକୁ ଯିବାକୁ ଶୁଭକାମନା ଦେଇଛନ୍ତି ।

Get real time updates directly on you device, subscribe now.