fbpx

ଅ।ମେରିକାରେ ଭାରତୀୟ ଛାତ୍ରଙ୍କୁ ଆକ୍ରମଣ ଘଟଣା: ରାଷ୍ଟ୍ର ପ୍ରତିନିଧି କହିଲେ ଅତ୍ୟନ୍ତ ଲଜ୍ଜ୍ୟାଜନକ

ଆମେରିକା: ଭାରତୀୟ ଛାତ୍ରଙ୍କୁ ଆମେରିକାରେ ଆକ୍ରମଣ ଘଟଣାରେ ଆମେରିକା ମୁହଁ ଖୋଲିଛି । ଏହା ଏକ ଳଜ୍ଜ୍ୟାଜନକ ଘଟଣା ବୋଲି ଆମେରିକା କହିଛି । ତେବେ ଏ ବାବଦରେ ଉଠୁଥିବା ପ୍ରତ୍ୟେକ ପ୍ରଶ୍ନକୁ ଆଇନ ପ୍ରବର୍ତ୍ତନ ବିଭାଗକୁ ଉପରକୁ ଟାଳିଦେଇଛି ।

ଭାରତୀୟ ଛାତ୍ର ବରୁଣ ରାଜ ପୁଚାଙ୍କୁ କିଛିଦିନ ତଳେ ଆମେରିକାର ଇଣ୍ଡିଆନାର ଥିବା ଏକ ଜିମରେ ଆକ୍ରମଣ କରାଯାଇଥିଲା । ଜୋର୍ଡ଼ାନ ନାମକ ଜଣେ ବ୍ୟକ୍ତି ବରୁଣଙ୍କୁ ଏକ ଧାରୁଆ ଛୁରୀ ସାହାଯ୍ୟରେ ଆକ୍ରମଣ କରିଥିଲେ । ବରୁଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପୁଲିସ ଜୋର୍ଡ଼ାନଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଥିଲା ।

ଏହି ଘଟଣାରେ ଆମେରିକୀୟ ରାଷ୍ଟ୍ର ବିଭାଗ ଘଟଣାକୁ ବେଶ ନିନ୍ଦା କରିଛି । ଆମେରିକୀୟ ରାଷ୍ଟ୍ର ପ୍ରତିନିଧି ଏ ନେଇ ଗଣମାଧ୍ୟମରେ ନିଜର ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି- “ଏପରି ଭାବରେ ଜଣେ ଛାତ୍ରକୁ ଆକ୍ରମଣ କରିବା ବେଶ ଲଜ୍ଜ୍ୟାଜନକ ଏବଂ ଗଭୀର ଭାବେ ବିଚଳିତ କରିଦେବା ଭଳି । ଆମେ ବରୁଣଙ୍କ ସୁସ୍ଥତା କାମନା କରୁଛୁ । ତେବେ ଏ ବାବଦରେ ଥିବା ପ୍ରତ୍ୟେକ ପ୍ରଶ୍ନ ପାଇଁ ସ୍ଥାନୀୟ ଆଇନ ପ୍ରବର୍ତ୍ତନ ବିଭାଗ ନିକଟରୁ ଉତ୍ତର ଆଶା କରୁଛୁ ।”

ସୂଚନାଯୋଗ୍ୟ, ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ଘଟଣାର ତଦନ୍ତ ଚଳାଇଛି । ତେବେ ଏହା ଆମେରିକାରେ ହେଉଥିବା ହେଟ କ୍ରାଇମର ଏକ ଅଂଶ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.