fbpx
BJD SKY
BJD SKY

‘ନା ମୁଁ ବିଫ ଖାଏ, ନା କୌଣସି ପ୍ରକାରର ରେଡ ମିଟ’, କଂଗ୍ରେସ ନେତାଙ୍କ ଅଭିଯୋଗକୁ ନେଇ ମୁହଁ ଖୋଲିଲେ କଙ୍ଗନା ରାଣାୱତ

BJD

ନୂଆଦିଲ୍ଲୀ: କଂଗ୍ରେସ ନେତା ବିଜୟ ବଡେଟ୍ଟୀୱାରଙ୍କ ଦାବିରେ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ସିଟରୁ ବିଜେପିର ପ୍ରାର୍ଥୀ ଏବଂ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ସୋମବାର ଦିନ ଉତ୍ତର ଦେଇଛନ୍ତି । ସେ କହିଛନ୍ତି ଯେ, ସେ ବିଫ ଏବଂ ରେଡ ମିଟ ଖାଆନ୍ତି ନାହିଁ ।

କଙ୍ଗନା ରାଣାୱତ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ଯେ, ମୁଁ ବିଫ୍ କି କୌଣସି ପ୍ରକାରର ରେଡ ମିଟ ସେବନ କରେ ନାହିଁ । ଏହା ଲଜ୍ୟାଜନକ ଯେ, ମୋ ବିଷୟରେ ସଂପୂର୍ଣ୍ଣ ରୂପେ ଭିତ୍ତିହୀନ ଗୁଜବ ପ୍ରଚାର କରାଯାଉଛି । ମୁଁ ଦଶନ୍ଧିରୁ ଯୋଗ ଏବଂ ଆୟୁର୍ବେଦିକ ଜୀବନ ଶୈଳୀର ପ୍ରଚାର କରୁଛି ।

ସେ ଆଗକୁ କହିଛନ୍ତି, ‘ଏପରି ରଣନୀତି ମୋ ଇମେଜକୁ ଖରାପ କରିବା ପାଇଁ କାମରେ ଆସିବନି । କାରଣ ଲୋକେ ମୋତେ ଜାଣିଛନ୍ତି ଯେ, ମୁଁ ଏକ ଗୌରବାନ୍ୱିତ ହିନ୍ଦୁ ଏବଂ କୌଣସି ମଧ୍ୟ ଜିନିଷ ତାଙ୍କୁ କଦାପି ବିଭ୍ରାନ୍ତ କରିପାରିବ ନାହିଁ । ଜୟ ଶ୍ରୀ ରାମ ।’

କଂଗ୍ରେସ ନେତା ବିଜୟ ବଡେଟ୍ଟୀୱାର ଅଭିଯୋଗ ଲଗାଇଛନ୍ତି ଯେ, କଙ୍ଗନା ରାଣାୱତ ଗତ କିଛି ଦିନରେ କହିଥିଲେ ଯେ, ସେ ବିଫ ଖାଆନ୍ତି । ନ୍ୟୁଜ ଏଜେନ୍ସି ପିଟିଆଇ ମୁତାବକ, ବଡେଟ୍ଟିୱାର କହିଛନ୍ତି ଯେ, ବିଜେପି ସେହି କଙ୍ଗନା ରାଣାୱତଙ୍କୁ ଟିକେଟ ଦେଇଛନ୍ତି, ଯେଉଁମାନେ ସୋସିଆଲ ମିଡିଆରେ ଲେଖିଥିଲେ ଯେ, ତାଙ୍କୁ ବିଫ ପସନ୍ଦ ଏବଂ ସେ ଖାଆନ୍ତି ।

Get real time updates directly on you device, subscribe now.