fbpx

ଦୀପିକାଙ୍କ ଫିଲ୍ମର ରିଭ୍ୟୁ ଦେଲେ କଙ୍ଗନା! କହିଲେ- ପର୍ଣ୍ଣୋଗ୍ରାଫୀ…

ନୂଆଦିଲ୍ଲୀ: ଦୀପିକା ପାଦୁକୋନ୍, ଅନନ୍ୟା ପାଣ୍ଡେ, ସିଦ୍ଧାନ୍ତ ଚୁତର୍ବେଦି ଷ୍ଟାଟର୍ ଫିଲ୍ମ “ଗହରାଇୟାଁ” ଓଟିଟି ପ୍ଲାଟଫର୍ମ ଆମାଜନ୍ ପ୍ରାଇମ୍ ରେ ରିଲିଜ୍ ହୋଇଯାଇଛି । ଫିଲ୍ମର କାହାଣୀ ନୂତନ ପିଢ଼ିର ଲଭ୍ ରିଲେସନ୍ କୁ ନେଇ ତିଆରି ହୋଇଛି । ବର୍ତ୍ତମାନ ଅନେକ ଷ୍ଟାର୍ ଦୀପିକାଙ୍କ ଫିଲ୍ମର ରିଭ୍ୟୁ ଦେଉଛନ୍ତି । ଏହି କ୍ରମରେ କଙ୍ଗନା ରନାୱତ୍ ମଧ୍ୟ ରିଭ୍ୟୁ ଦେଇଛନ୍ତି । ଯାହା ଏବେ ଚର୍ଚ୍ଚାରେ ରହିଛି । ସେ ଦୀପିକାଙ୍କ ଫିଲ୍ମର ଖୁବ୍ ଖରାପ ରିଭ୍ୟୁ ଦେଇଛନ୍ତି ।

କଙ୍ଗନା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ କହିଛନ୍ତି ଯେ, ମିଲେନିୟମ୍/ ନୂତନ ପିଢ଼ି ଓ ସହରୀ ଫିଲ୍ମ ନାମରେ ଏସବୁ କବାଡ଼ି ବିକ୍ରି କରନ୍ତୁ ନାହିଁ । ଖରାପ ଫିଲ୍ମ, ଖରାପ ହିଁ ହୋଇଥାଏ । କେତେ ବି ଶରୀର କିମ୍ବା ପର୍ଣ୍ଣୋଗ୍ରାଫୀ ଦେଖାଓ, ଏଥିରୁ ବଞ୍ଚାଇପାରିବ ନାହିଁ । ଏଥିରେ ଗହରାଇୟାଁ ଭଳି କିଛି ଜିନିଷ ହିଁ ନାହିଁ । ତେବେ କଙ୍ଗନା ଦୀପିକାଙ୍କ ଫିଲ୍ମ ପାଇଁ ଏହା ଲେଖିଛନ୍ତି ବୋଲି ମନା କରିଛନ୍ତି ।

Get real time updates directly on you device, subscribe now.