fbpx

ୟେଲୋ ଆର୍ମିରେ ଦୁବେ: ଦ୍ୱିତୀୟ ଦିନର ପ୍ରଥମ ଖେଳାଳି ଭାବେ ସିଏସକେରେ ସାମିଲ ହେଲେ ଶିଭମ ଦୁବେ

ବେଙ୍ଗଲୁରୁ: ଅକ୍ସନର ଦ୍ୱିତୀୟ ଦିନରେ ପ୍ରଥମ ଖେଳାଳିଙ୍କୁ କିଣିଛି ଚେନ୍ନାଇ ସୁପର କିଙ୍ଗସ । ଭାରତର ଅଲରାଉଣ୍ଡର ଶିଭମ ଦୁବେଙ୍କୁ ୪ କୋଟି ଟଙ୍କାରେ ଦଳରେ ସାମିଲ କରିଛି ୟେଲୋ ଆର୍ମି । ପଞ୍ଜାବ-ଚେନ୍ନାଇ ମଧ୍ୟରେ ଟଣା ଓଟଣା ପରେ ଶେଷରେ ଚେନ୍ନାଇ ମାରିଛି ବାଜି । ୪ କୋଟି ଟଙ୍କା ଦେଇ ଏହି ଷ୍ଟାର କ୍ରିକେଟରଙ୍କ କିଣି ନେଇଛି ଧୋନୀବାହିନୀ ।

Swaggering Shivam Dube unfazed by all-round expectations

Liam Livingstone hits fastest England ton but Pakistan win thrilling run-fest to start T20 series | Cricket News | Sky Sports

ସେପଟେ ଆଜିର ସବୁଠୁ ଦାମୀ ଖେଳାଳି ପାଲଟିଛନ୍ତି ଲିଆମ ଲିଭିଙ୍ଗଷ୍ଟୋନ । ୫ଟି ଦଳର ଲଢେଇ ମଧ୍ୟରେ ପଞ୍ଜାବ କିଙ୍ଗସ ୧୧.୫ କୋଟି ଟଙ୍କା ବଦଳରେ ତାଙ୍କୁ ନିଜ ଦଳରେ ସାମିଲ କରିଛି । ସେହିପରି ୪.୨ କୋଟିରେ ସନରାଇଜର୍ସ ହାଇଦ୍ରାବାଦରେ ସାମିଲ ହୋଇଛନ୍ତି ମାର୍କୋ ଜାନସେନ । ସେହିଭଳି ୱେଷ୍ଟଇଣ୍ଡିଜର ଷ୍ଟାର ଅଲରାଉଣ୍ଡର ଓଡିଅନ ସ୍ମିଥଙ୍କ ପାଇଁ ନିଲାମ ପ୍ରକ୍ରିୟାରେ ଆସିଥିଲା ରୋମାଞ୍ଚ । କିନ୍ତୁ ପଞ୍ଜାବ ସର୍ବାଧିକ ୬ କୋଟି ଟଙ୍କା ପଦଳରେ ସ୍ମିଥଙ୍କୁ ନିଜ ଦଳକୁ ନେଇଛି । ଅନ୍ୟ ପକ୍ଷରେ ବିଜୟ ଶଙ୍କର ୧.୪ କୋଟିରେ ଗୁଜୁରାଟ ସହ ଯୋଡି ହୋଇଛନ୍ତି । ତେବେ ଆରନ ଫିଞ୍ଚ, ଇଓନ ମୋର୍ଗାନ ଏବଂ ଚେତେଶ୍ୱର ପୂଜାରା ଭଳି ଅନେକ ଖେଳାଳି ଅନସୋଲ୍ଡ କେଳାଳିଙ୍କ ତାଲିକାରେ ନିଜ ନାମ ଯୋଡିଛନ୍ତି ।

Get real time updates directly on you device, subscribe now.