fbpx

NEET: ନିଜ ନିଷ୍ପତ୍ତିରେ ଅଟଳ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ, ଜୋର କଲେ ସମ୍ବିଧାନ ସଂଶୋଧନ ଦାବି

ବେଙ୍ଗାଲୁର: ରାଷ୍ଟ୍ରୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା(ନିଟ୍)କୁ ସମାପ୍ତ କରିବା ପାଇଁ ନିଜ ଜିଦରେ ଅଟଳ ତାମିଲନାଡୁ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ପରୀକ୍ଷାରେ କୋହଳ ସହ ସମ୍ବିଧାନ ସଂଶୋଧନ ଦାବି କରିଛନ୍ତି। ତାମିଲନାଡୁ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନରେ ବିଧେୟକ ଉପସ୍ଥାପନ କରି ଷ୍ଟାଲିନ କହିଛନ୍ତି, ରାଜ୍ୟ ସରକାରଙ୍କ କାମରେ କେନ୍ଦ୍ର ସରକାର ହସ୍ତକ୍ଷେପ କରୁଛନ୍ତି। ତେଣୁ କେନ୍ଦ୍ର ସରକାରଙ୍କ ଏପରି କାର୍ଯ୍ୟକୁ ରୋକିବା ପାଇଁ ସମ୍ବିଧାନରେ ସଂଶୋଧନ କରାଯିବା ଉଚିତ୍। ଗତ ଫେବୃଆରୀ ୮ରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ନିଟ୍ ବିରୋଧୀ ବିଧେୟକ ଉପସ୍ଥାପନ କରିଥିଲେ।

ତାଲିମନାଡୁ ବିଧାନସଭାରେ ମଙ୍ଗଳବାର ପୁଣି ଥରେ ନିଟ୍ ବିରୋଧୀ ବିଧେୟକ ଗୃହୀତ କରାଯାଇଥିଲା। କିନ୍ତୁ ତାମିଲନାଡୁ ରାଜ୍ୟପାଳ ଆର ଏନ ରବି କିଛି ଦିନ ପୂର୍ବେ ବିଧେୟକକୁ ଅଗ୍ରାହ୍ୟ କରି ଦେଇଥିଲେ। କ୍ଷମତାସୀନ ଡିଏମକେ ଏବଂ ମୁଖ୍ୟ ବିରୋଧୀ ଦଳ ଏଆଇଡିଏମକେ ଏହି ପରୀକ୍ଷାକୁ ବିରୋଧ କରିବାକୁ ସଂକଳ୍ପ ନେଇଥିଲେ। ଏହାରି ଆଧାରରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ନିଜ ଭାଷଣରେ କେନ୍ଦ୍ର ସରକାରଙ୍କୁ ସମ୍ବିଧାନରେ ସଂଶୋଧନ ଦାବି କରିଥିଲେ।

ଷ୍ଟାଲିନ କହିଛନ୍ତି, ନିଟରେ କୋହଳ ପାଇଁ ଉଦ୍ଦିଷ୍ଟ ବିଧେୟକ ରାଷ୍ଟ୍ରପତିଙ୍କ ବିନା ସହମତିରେ ୨୭ ମାସ ପାଇଁ ରୋକି ଦିଆଯାଇଥିଲା। ନିଟ୍ ଆରମ୍ଭ କରିବା କେନ୍ଦ୍ର ସରକାରଙ୍କ ସଙ୍ଘୀୟ ଢାଞ୍ଚାର ବିପରୀତ ରହିଛି। ରାଜ୍ୟ ସରକାରଙ୍କ ଅଧିକାରକୁ କେନ୍ଦ୍ର ସରକାର ହ୍ରାସ କରୁଛନ୍ତି। ତେଣୁ ସମ୍ବିଧାନରେ ସଂଶୋଧନର ଆବଶ୍ୟକତା ଥିବା ଷ୍ଟାଲିନ କହିଛନ୍ତି।

Get real time updates directly on you device, subscribe now.