fbpx

IPL, Mega Auction: ମଲାନ, ଫିଞ୍ଚ, ମୋର୍ଗାନଙ୍କ ହାତ ଖାଲି, ଦ୍ଵିତୀୟ ଦିନରେ ବିକ୍ରି ହେଲେନି ଏହି ସବୁ ଖେଳାଳି

ବେଙ୍ଗାଲୁରୁ : ଆଇପିଏଲ ୨୦୨୨ ପାଇଁ ବେଙ୍ଗାଲୁରୁରେ ଜାରି ଖେଳାଳିଙ୍କ ମେଗା ନିଲାମର ଆଜି ହେଉଛି ଦ୍ଵିତୀୟ ଦିନ। ପ୍ରଥମ ଦିନରେ ୯୭ ଖେଳାଳିଙ୍କ ନିଲାମ ଡକରା ହୋଇଥିବା ବେଳେ ସେଥିରୁ ୭୪ ଖେଳାଳି ବିକ୍ରି ହୋଇଛନ୍ତି। ୨୩ ଖେଳାଳିଙ୍କୁ କୌଣସି ଫ୍ରାଞ୍ଚାଇଜି କିଣି ନାହାନ୍ତି। ପ୍ରଥମ ଦିନରେ ସୁରେଶ ରୈନା, ଡେଭିଡ୍ ମିଲର ଏବଂ ଷ୍ଟିଭ୍ ସ୍ମିଥଙ୍କ ପରି ଖେଳାଳି ବିକ୍ରି ହୋଇନଥିବା ବେଳେ ଦ୍ଵିତୀୟ ଦିନରେ ମଧ୍ୟ ଅନେକ ଷ୍ଟାର ଖେଳାଳିଙ୍କୁ କିଣିବା ପାଇଁ କୌଣସି ଫ୍ରାଞ୍ଚାଇଜି ଆଗ୍ରହ ପ୍ରକାଶ କରି ନାହାନ୍ତି। ଏଥିରେ ଅଛନ୍ତି ଡେଭିଡ୍ ମଲାନ, ଆରୋନ ଫିଞ୍ଚ, ଇଅନ ମୋର୍ଗାନ ଏବଂ ଇଶାନ୍ତ ଶର୍ମାଙ୍କ ପରି ଖେଳାଳି।

ତେବେ ଏହି ସବୁ ଖେଳାଳିଙ୍କୁ ପୁନର୍ବାର ନିଲାମରେ ସାମିଲ ହେବାର ସୁଯୋଗ ରହିଛି। ସମସ୍ତ ଦଳ କିଛି ବଛା ବଛା ଖେଳାଳିଙ୍କ ତାଲିକା ଦେବେ। ଶେଷରେ ଏହି ଖେଳାଳିଙ୍କ ନିଲାମ ପ୍ରକ୍ରିୟା କରାଯିବ। ଆସନ୍ତୁ ଜାଣିବା ଦ୍ଵିତୀୟ ଦିନରେ ବିକ୍ରି ହୋଇନଥିବା ଖେଳାଳି।

ଦ୍ଵିତୀୟ ଦିନରେ ଏ ପର୍ଯ୍ୟନ୍ତ ବିକ୍ରି ହୋଇନଥିବା ଖେଳାଳି

ଡେଭିଡ୍ ମଲାନ- ବେସ୍ ପ୍ରାଇସ୍ ୧.୫ କୋଟି ଟଙ୍କା
ମାର୍ନସ ଲାବୁସେନ- ବେସ୍ ପ୍ରାଇସ୍ ୧ କୋଟି ଟଙ୍କା
ଇଅନ ମୋର୍ଗାନ- ବେସ୍ ପ୍ରାଇସ୍ ୧.୫ କୋଟି ଟଙ୍କା
ସୌରଭ ତିଓ୍ଵାରୀ- ବେସ୍ ପ୍ରାଇସ୍ ୫୦ ଲକ୍ଷ ଟଙ୍କା
ଆରୋନ ଫିଞ୍ଚ- ବେସ୍ ପ୍ରାଇସ୍ ୧.୫ କୋଟି ଟଙ୍କା
ଚେତେଶ୍ଵର ପୂଜାରା- ବେସ୍ ପ୍ରାଇସ୍ ୫୦ ଲକ୍ଷ ଟଙ୍କା
ଜିମି ନିଶାନ- ବେସ୍ ପ୍ରାଇସ୍ ୧.୫ କୋଟି ଟଙ୍କା
କ୍ରିସ ଜୋର୍ଡାନ- ବେସ୍ ପ୍ରାଇସ୍ ୨ କୋଟି ଟଙ୍କା
ଇଶାନ୍ତ ଶର୍ମା- ବେସ୍ ପ୍ରାଇସ୍ ୧.୫ କୋଟି ଟଙ୍କା

ପ୍ରଥମ ଦିନରେ ବିକ୍ରି ହୋଇନଥିବା ଖେଳାଳି

ଡେଭିଡ୍ ମିଲର- ବେସ୍ ପ୍ରାଇସ୍ ୧ କୋଟି ଟଙ୍କା
ସୁରେଶ ରୈନା- ବେସ୍ ପ୍ରାଇସ୍ ୨ କୋଟି ଟଙ୍କା
ଷ୍ଟିଭ୍ ସ୍ମିଥ୍- ବେସ୍ ପ୍ରାଇସ୍ ୨ କୋଟି ଟଙ୍କା
ସାକିବ ଅଲ ହସନ- ବେସ୍ ପ୍ରାଇସ୍ ୨ କୋଟି ଟଙ୍କା
ମହମ୍ମଦ ନବି- ବେସ୍ ପ୍ରାଇସ୍ ୧ କୋଟି ଟଙ୍କା
ମେଥ୍ୟୁ ଓ୍ଵାଦେ- ବେସ୍ ପ୍ରାଇସ୍ ୨ କୋଟି ଟଙ୍କା
ଋଦ୍ଧିମାନ ଶାହ- ବେସ୍ ପ୍ରାଇସ୍ ୧ କୋଟି ଟଙ୍କା
ସାମ ବିଲିଙ୍ଗ୍ସ- ବେସ୍ ପ୍ରାଇସ୍ ୨ କୋଟି ଟଙ୍କା
ଉମେଶ ଯାଦବ- ବେସ୍ ପ୍ରାଇସ୍ ୨ କୋଟି ଟଙ୍କା
ଆଦିଲ ରଶିଦ- ବେସ୍ ପ୍ରାଇସ୍ ୨ କୋଟି ଟଙ୍କା
ମୁଜିବ ଜରଦାନ- ବେସ୍ ପ୍ରାଇସ୍ ୨ କୋଟି ଟଙ୍କା
ଇମ୍ରାନ ତାହିର- ବେସ୍ ପ୍ରାଇସ୍ ୨ କୋଟି ଟଙ୍କା
ଅମିତ୍ ମିଶ୍ର- ବେସ୍ ପ୍ରାଇସ୍ ୧.୫ କୋଟି ଟଙ୍କା
ରଜତ ପାଟିଦାର- ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା
ଅନମୋଲପ୍ରୀତ ସିଂହ- ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା
ସି ହରି ନିଶାନ୍ତ- ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା
ମହମ୍ମଦ ଅଝାରୁଦ୍ଦୀନ – ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା
ବିଷ୍ଣୁ ବିନୋଦ- ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା
ଏନ ଜଗଦୀଶନ- ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା
ଏମ ସିଦ୍ଧାର୍ଥ- ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା
ସନ୍ଦୀପ ଲାମିଛାନେ- ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା
ଲୁଙ୍ଗି ଏନଗିଡି- ବେସ୍ ପ୍ରାଇସ୍ ୫୦ ଲକ୍ଷ ଟଙ୍କା

Get real time updates directly on you device, subscribe now.