fbpx

Happy Kiss Day: ଶରୀରରେ ଏହି ୭ ଅଙ୍ଗରେ କିସ୍ ଦେଇଥାଏ ଅଲଗା ମେସେଜ୍, ଜାଣନ୍ତୁ ଏହାର ଅର୍ଥ

ଭାଲେଣ୍ଟାଇନ୍ ସପ୍ତାହରେ କିସ୍ ଡେ’ ସବୁଠାରୁ ରୋମାଣ୍ଟିକ୍ ଓ ଖାସ୍ ଦିନ । ଏହି ଦିନ ପ୍ରେମୀଯୁଗଳ ପରସ୍ପରକୁ କିସ୍ କରି ନିଜ ସମ୍ପର୍କର ଗଭୀରତାକୁ ପ୍ରକାଶ କରନ୍ତି । ଏହା କିଛି ଖାସ୍ ମଣିଷଙ୍କ ପ୍ରତି ସ୍ନେହ, ବିଶ୍ୱାସ ଓ ପ୍ରେମକୁ ପ୍ରକାଶ କରିବାର ଏକ ମାଧ୍ୟମ ହୋଇଥାଏ । ପାର୍ଟନରଙ୍କୁ କରାଯାଇଥିବା କିସ୍ ର ଅଲଗା ଅଲଗା କାହାଣୀ ରହିଛି । ଭାଲେଣ୍ଟାଇନ୍ ସପ୍ତାହରେ ପ୍ରତିବର୍ଷ ୧୩ ଫେବ୍ରୁଆରୀରେ କିସ୍ ଡେ’ ସେ ସେଲିବ୍ରେଟ୍ କରାଯାଏ । ତେବେ ଆସନ୍ତୁ ଜାଣିବା କିସ୍ ର ଅଲଗା ଅଲଗା ଅର୍ଥ…

୧- ଗାଲରେ କିସ୍
ଗାଲରେ କିସ୍ କରିବା ସ୍ନେହ ଓ ସହଯୋଗକୁ ପ୍ରଦର୍ଶିତ କରିଥାଏ । ଏହା ବ୍ୟତୀତ ଗାଲରେ କିସ୍ ଆକର୍ଷଣର ପ୍ରତୀକ ହୋଇଥାଏ । ଅତ୍ୟଧିକ ପ୍ରେମ ଆସିଲେ ଲୋକମାନେ ନିଜ ପାର୍ଟନରର ଗାଲରେ କିସ୍ କରିବା ପସନ୍ଦ କରନ୍ତି ।

୨- ଓଠରେ କିସ୍
ଓଠରେ କିସ୍ କରିବା ପାଗଳପଳକୁ ଦର୍ଶାଏ । ପ୍ରେମ ପ୍ରକାଶ କରିବାର ଏହା ହେଉଛି ସର୍ବୋତ୍ତମ ଉପାୟ । ଓଠରେ କରାଯାଇଥିବା କିସ୍ ପାର୍ଟନର ଆପଣଙ୍କ ନିକଟତର ହେବାର ଇଚ୍ଛାକୁ ପ୍ରକାଶ କରିଥାଏ । ଲିପ୍ କିସ୍ ପ୍ରେମୀଯୁଗଳଙ୍କ ମଧ୍ୟରେ ଗଭୀର ସଂଯୋଗକୁ ଦର୍ଶାଏ ।

୩- କଲରବୋନରେ କିସ୍
କଲରବୋନରେ କିସ୍ ଅନ୍ତରଙ୍ଗତାକୁ ଦେଖାଏ । ଶାରୀରିକ ଆକର୍ଷଣ ଦେଖାଇବା ପାଇଁ ଏହା ହେଉଛି ସର୍ବୋତ୍ତମ ଉପାୟ । ପ୍ରାୟତଃ ଲୋକମାନେ ପ୍ରାଇଭେଟ ସମୟ ବା ବେଡରୁମରେ ନିଜ ପାର୍ଟନରଙ୍କ କଲରବୋନରେ କିସ୍ କରିବା ଠିକ୍ ଭାବନ୍ତି ।

୪- କାନରେ କିସ୍
ସେକ୍ସୁଆଲ୍ ଆଗ୍ରହ ପ୍ରକାଶ କରିବାକୁ କାନରେ କିସ୍ କରାଯାଏ । ଅବଶ୍ୟ ଏହାର ପ୍ରଭାବ ସମ୍ପୂର୍ଣ୍ଣ ଭାବେ କିସ୍ କରୁଥିବା ଲୋକଙ୍କ ଉଦ୍ଦେଶ୍ୟ ଉପରେ ନିର୍ଭର କରିଥାଏ ।

୫- ମଥାରେ କିସ୍
ମଥାରେ କରାଯାଇଥିବା କିସ୍ ପାର୍ଟନରଙ୍କ ପ୍ରତି ସଂଯୋଗକୁ ଦର୍ଶାଏ । ପ୍ରାୟତଃ ଲୋକମାନେ ଇମୋସନାଲ ମୋମେଣ୍ଟରେ ଏହାକୁ କରିବା ପସନ୍ଦ କରନ୍ତି । ମଥାରେ କିସ୍ କରିବା ସାମ୍ନାରେ ଥିବା ବ୍ୟକ୍ତିଙ୍କୁ ବାର୍ତ୍ତା ଦେଇଥାଏ କି, ସେ ପ୍ରତ୍ୟେକ ସମସ୍ୟାରେ ତାଙ୍କ ସହିତ ଛିଡ଼ା ହେବେ । ଯାହାଫଳରେ ସାଥୀ ନିଜକୁ ଏକା ଭାବିବେ ନାହିଁ ।

୬- ହାତରେ କିସ୍
କାହାପ୍ରତି ନିଜର ପସନ୍ଦ ପ୍ରକାଶ କରିବାକୁ ଆପଣ ହାତରେ କିସ୍ କରିପାରିବେ । ଏହା ବ୍ୟତୀତ ଏହା ବିଶ୍ୱାସର ପ୍ରତୀକ ହୋଇଥାଏ । ପାର୍ଟନରଙ୍କୁ ଖାସ୍ ଓ ସମସ୍ତଙ୍କଠାରୁ ଭିନ୍ନ ଅନୁଭବ କରାଇବାକୁ ବି ଲୋକମାନେ ତାଙ୍କ ହାତରେ କିସ୍ କରିଥାନ୍ତି ।

୭- ଫ୍ଲାଇଙ୍ଗ କିସ୍
ଫ୍ଲାଇଙ୍ଗ କିସ୍ ସାଧାରଣତଃ ବିଦାୟ ବା ଗୁଡ ଲକ୍ କହିବା ଉଦ୍ଦେଶ୍ୟରେ ଦିଆଯାଇଥାଏ । ଯେକୌଣସି ସମ୍ପର୍କକୁ ମଜଭୁତ କରିବାକୁ ଫ୍ଲାଇଙ୍ଗ କିସ୍ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ । ଏକ ଫ୍ଲାଇଙ୍ଗ କିସ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ଲୋକଙ୍କ ସ୍ମୃତିରେ ରହିଥାଏ ।

Get real time updates directly on you device, subscribe now.