fbpx

ବିଧାନ ପରିଷଦ ଗଠନ ପ୍ରସଙ୍ଗ: ପ୍ରକୃତରେ କିଏ କହୁଛି ଠିକ୍, କେନ୍ଦ୍ର ନା ରାଜ୍ୟ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ବିଧାନ ପରିଷଦ ଗଠନ ନେଇ ଆରମ୍ଭ ହୋଇଯାଇଛି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ । ଓଡ଼ିଶା ସରକାରଙ୍କ ପକ୍ଷରୁ ବିଧାନ ପରିଷଦ ଗଠନ ନେଇ କୌଣସି ପ୍ରସ୍ତାବ ଆସିନଥିବା ବେଳେ କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜିଜୁ ରାଜ୍ୟସଭାରେ ବୟାନ୍ ଦେବା ପରେ ଉଠିଥିଲା ବିବାଦ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଗତ ୨୦୧୮ ମସିହା ସେପ୍ଟେମ୍ବର ମାସ ୧୮ ତାରିଖରେ ଲୋକସଭା ଓ ରାଜ୍ୟସଭା ସଚିବ, ଆଇନ ମନ୍ତ୍ରଣାଳୟ ସଚିବ, କେନ୍ଦ୍ର ସଂସଦୀୟ ବ୍ୟାପାର ସଚିବଙ୍କୁ ସଂକଳ୍ପ ପଠାଯାଇଥିବା ସେ କହିଥିଲେ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଯେ କୌଣସି ରାଜ୍ୟରେ ବିଧାନସଭା ଗଠନ ଏକ ସାଧାରଣ ପ୍ରସଙ୍ଗ ନୁହେଁ । ଏହାକୁ ନେଇ ଏତେ ଖାମଖିଆଲି ହେବା ଅନୁଚିତ । ଏଥିପାଇଁ ଯିଏ ବି ଦାୟୀ ହୁଅନ୍ତୁ ନା କାହିଁକି ବିଭାଗୀୟ ମୁଖ୍ୟ ହିଁ ଉତ୍ତରଦାୟୀ ରହିବା ସ୍ୱାଭାବିକ । ଯଦି ସରକାରଙ୍କ କୌଣସି ଚିଠି ଗାଏବ୍ ହୋଇଯାଉଛି, ତେବେ ସାଧାରଣ ଜନତାଙ୍କ କ୍ଷେତ୍ରରେ ଏହା କ’ଣ ହୋଇପାରେ? ବିଭାଗୀୟ ଅଧିକାରୀମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଅନ୍ଧାରରେ ରଖିଥିବା କିଛି ନେତା କହୁଥିବା ବେଳେ ଆଉ କିଛି ତଦନ୍ତ କରାଇବାକୁ ଦାବି କରିଛନ୍ତି ।
ଜଣାପଡ଼ିଛି ଯେ, ଏ ବାବଦରେ ବାଚସ୍ପତି ଶ୍ରୀ ପାତ୍ର କେନ୍ଦ୍ରକୁ ଦୁଇଟି ପୃଥକ ଚିଠି ଲେଖିବେ । ବିଭାଗୀୟ ମନ୍ତ୍ରୀଙ୍କୁ ଆଇନ ବିଭାଗ କାହିଁକି ଭୁଲ ତଥ୍ୟ ଦେଇଛି, ସେନେଇ ତଦନ୍ତ କରି ଜଣାଇବା ଦରକାର । ୨୦୧୮ରେ ବିଧାନସଭାରେ ପାରିତ ହୋଇଥିବା ସଂକଳ୍ପ ସେମିତି ପଠାଯାଇଥିଲା, ସେଥିରେ କ’ଣ ଥିଲା ସେନେଇ ପୁଣି ଅବଗତ କରାଯିବ ବୋଲି ଶ୍ରୀ ପାତ୍ର କହିଛନ୍ତି ।

Get real time updates directly on you device, subscribe now.