fbpx

ଚଣ୍ଡିଗଡ଼ରେ କଙ୍ଗନା ରାଣାୱତଙ୍କୁ ଆକ୍ରମଣ; ବିମାନବନ୍ଦରେ ଚାପୁଡ଼ା ମାରିଲେ CISF ଗାର୍ଡ

Advertisement

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ନବ ନିର୍ବାଚିତ ବିଜେପି ସାଂସଦ କଙ୍ଗନା ରାଣାୱତଙ୍କୁ ମାଡ଼ ମରାଯାିଥିବା ଅଭିଯୋଗ ହୋଇଛି। ଚଣ୍ଡିଗଡ଼ ବିମାନ ବନ୍ଦରରେ ଚାପୁଡ଼ା ମାରିଲେ CISF ଗାର୍ଡ । ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିନେତ୍ରୀ ଦାବି କରିଛନ୍ତି । ସୂଚନା ଅନୁସାରେ ତାଙ୍କୁ ଚାପୁଡ଼ା ମାରିଥିବା ଗାର୍ଡଙ୍କ ନାମ କୁଲବିନ୍ଦର କୌର୍ ବୋଲି କୁହାଯାଉଛି ।

କଙ୍ଗନା ରାଣାୱତଙ୍କ ରାଜନୈତିକ ପରାମର୍ଶଦାତାଙ୍କ କହିବା ଅନୁଯାୟୀ, ଚଣ୍ଡିଗଡ଼ ବିମାନ ବନ୍ଦରରେ ଜଣେ ସିଆଇଏସ୍ଏଫ୍ ମହିଳା ଗାର୍ଡ କଙ୍ଗନା ରାଣାୱତଙ୍କୁ ଚାପୁଡ଼ା ମାରିଥିଲେ । ସିଆଇଏସ୍ ଏଫ୍ ଗାର୍ଡଙ୍କୁ ହଟାଇ ତାଙ୍କ ବିରୋଧରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି । କୃଷକ ଆନ୍ଦୋଳନ ବିରୋଧରେ କହିବାରୁ କଙ୍ଗନା ରାଣାୱତଙ୍କ ଉପରେ ସିଆଇଏସ୍ ଏଫ୍ ଗାର୍ଡମାନେ ରାଗି ଯାଇଥିଲେ ବୋଲି ଦାବି କରାଯାଇଛି ।

ଆପଣଙ୍କୁ କହିରଖୁଛୁ ଯେ ମଣ୍ଡିରୁ ଲୋକସଭା ନିର୍ବାଚନ ଜିତିବା ପରେ କଙ୍ଗନା ରାଣାୱତ ଆଜି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ସେପଟେ ଚଣ୍ଡିଗଡ଼ ଏୟାରପୋର୍ଟରୁ ମାଡ଼ ମାରିବା ଖବର ସାମ୍ନାକୁ ଆସିଛି । କଙ୍ଗନା ସୋସିଆଲ ମିଡିଆରେ ନିଜର ଫଟୋ ସେୟାର କରି କହିଛନ୍ତି ଯେ ସେ ସଂସଦ ଯାଉଛନ୍ତି । କଙ୍ଗନା ଇନଷ୍ଟାଗ୍ରାମରେ ନିଜର ଫଟୋ ମଧ୍ୟ ସେୟାର କରିଛନ୍ତି ।

Get real time updates directly on you device, subscribe now.