fbpx

ଡୋନାଲ୍ଡ ଟ୍ରମ୍ପଙ୍କ twitter ପ୍ଲାଟଫର୍ମକୁ ଫେରିବା ପରେ ଟ୍ରୋଲ ହେଉଛନ୍ତି କଙ୍ଗନା ରଣାଓ୍ଵତ, ଜାଣନ୍ତୁ ମାମଲା କଣ

ନୂଆଦିଲ୍ଲୀ: ଟ୍ଵିଟର ପ୍ଲାଟଫର୍ମକୁ ଫେରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ଵିଟରର ନୂତନ ମାଲିକ ଏଲନ ମସ୍କ ରବିବାର ସକାଳେ ଟ୍ଵିଟ୍ କରି ଏହାର ସୂଚନା ଦେଇଛନ୍ତି ଯେ, ଲୋକଙ୍କ ଇଚ୍ଛା ଅନୁସାରେ ଟ୍ରମ୍ପଙ୍କ ଟ୍ଵିଟର ଆକାଉଣ୍ଡ ପୁନର୍ବାର କାର୍ଯ୍ୟକ୍ଷମ କରାଯାଇଛି। ଟ୍ରମ୍ପଙ୍କ ଟ୍ଵିଟର ଆକାଉଣ୍ଟ ପୁଣି ଥରେ ଚାଲୁ ହେବା ନେଇ ସାମାଜିକ ଗଣମାଧ୍ୟମରେ ନୂତନ ବିତର୍କ ଆରମ୍ଭ ହୋଇ ଯାଇଛି। ଆଉ ଏହି ମାମଲା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ଵତଙ୍କ ସହ ଜଡିତ। ଲୋକେ ଏଲନ ମସ୍କଙ୍କୁ ପ୍ରଶ୍ନ କରିଛନ୍ତି ଯେ- କଙ୍ଗନା ରଣାଓ୍ଵତ ଆପଣଙ୍କ କଣ ବିଗାଡିଛନ୍ତି ?

ଉଲ୍ଲେଖନୀୟ ଡୋନାଲ୍ଡ ଟ୍ରମ୍ପଙ୍କ ପରି ୨୦୨୧ରେ କଙ୍ଗନାଙ୍କ ଟ୍ଵିଟର ଆକାଉଣ୍ଟ ବନ୍ଦ କରାଯାଇଛି। ଉତ୍ତେଜନକାରୀ ବୟାନ ଯୋଗୁଁ ଟ୍ଵିଟରର ପୁରୁଣା ମାଲିକ କଙ୍ଗନାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କ ଆକାଉଣ୍ଟ ବନ୍ଦ କରି ଦେଇଥିଲେ। କେବଳ ଛଅ ମାସ ପୂର୍ବେ କରୋନା ସମୟରେ କଙ୍ଗନା ଟ୍ଵିଟର ଆକାଉଣ୍ଟ ଖୋଲିଥିଲେ।

ସାମାଜିକ ଗଣମାଧ୍ୟମରେ ଟ୍ରୋଲ ହେଲେ କଙ୍ଗନା
ଟ୍ରମ୍ପଙ୍କ ଟ୍ଵିଟର ପ୍ଲାଟଫର୍ମକୁ ଫେରିବା ପରେ ଭାରତରେ କଙ୍ଗନା ରଣାଓ୍ଵତ ଟ୍ଵିଟରରେ ଟ୍ରୋଲ ହୋଇଛନ୍ତି। ଲୋକେ ଏଲନ ମସ୍କଙ୍କୁ ପଚାରୁଛନ୍ତି ଯେ, କଙ୍ଗନା କଣ ବିଗାଡିଛନ୍ତି। ତାଙ୍କର ଟ୍ଵିଟର ଆକାଉଣ୍ଟ କେବେ କାର୍ଯ୍ୟକ୍ଷମ ହେବ। ଜଣେ ୟୁଜର ଲେଖିଛନ୍ତି କ୍ଵିନ(Queen) ପୂରା ଦିନ ଟ୍ଵିଟରରେ ଟ୍ରୋଲ ହେଉଛନ୍ତି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଟ୍ରମ୍ପଙ୍କୁ ଟ୍ଵିଟରରେ ଦେଖି କଙ୍ଗନା ଚିନ୍ତା କରୁଛନ୍ତି ଯେ, ମୋର ନମ୍ବର କେବେ ଆସିବ।

ସୂଚନାଯୋଗ୍ୟ, ୨୦୨୧ ମେରେ ପଶ୍ଚିମବଙ୍ଗରେ ହିଂସାକୁ ନେଇ କଙ୍ଗନା ରଣାଓ୍ଵତ ସାମାଜିକ ଗଣମାଧ୍ୟମ ଟ୍ଵିଟରରେ ବିବାଦୀୟ ବୟାନ ଦେଇଥିଲେ। ହିଂସା ପାଇଁ ସେ ତୃଣମୂଳ କଂଗ୍ରେସକୁ ଦାୟୀ କରିଥିଲେ। ଏହାର କିଛି ଦିନ ପରେ କଙ୍ଗନାଙ୍କ ଆକାଉଣ୍ଟକୁ ସସପେଣ୍ଡ କରି ଦିଆଗଲା।

Get real time updates directly on you device, subscribe now.