fbpx
BJD SKY
BJD SKY

ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ: ଦ୍ୱିତୀୟ ଦିନରେ ମନ୍ଦିରରେ ମୋଦୀ କରିଲେ ପୂଜା

BJD

ଅହମାଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁଜୁରାଟ ଗସ୍ତର ଆଜି ୨ୟ ଦିନ । ଆଜି ସକାଳେ ସେ ସୋମନାଥ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ । ତେବେ ସେଠାରେ ସେ ପହଁଚି ସୋମନାଥ ଶିବ ଠାକୁରଙ୍କୁ ପୂଜା କରିଥିଲେ । ମନ୍ଦିରର ପୂଜକ ମାନେ ନରେନ୍ଦ୍ର ମୋଦୀଙ୍କୁ ମନ୍ଦିରକୁ ନେଇ ବିଭିନ୍ନ ପୂଜାଅର୍ଚ୍ଚନା କରାଇଛନ୍ତି । ସୋମନାଥ ଦର୍ଶନ ପରେ ବେରାଭାଲରୁ ଶକ୍ତି ପ୍ରଦର୍ଶନ ଆରମ୍ଭ କରିଥିଲେ । ତେବେ ଆଜି ୪ଟି ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଏହାପରେ ଗୁରୁମନ୍ତ୍ର ଦେବେ ବେରାଭାଲ, ଧରାଜୀ, ଅମରେଲି, ବୋଟାଡ ଜନସଭାର କର୍ମୀ ମାନଙ୍କୁ ।

ଆସନ୍ତା କାଲି ମୋଦୀ ସୁରେନ୍ଦ୍ର ନଗର, ଭାରୁଚ ଏବଂ ନବସାରୀରେ ତିନୋଟି ନିର୍ବାଚନ ପ୍ରଚାରରେ ସାମିଲ ହେବେ । ଗୁଜରାଟ ବିଧାନସଭା ପାଇଁ ଡିସେମ୍ବର ୧ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ ।ଦଳୀୟ ପାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଏକାଧିକ ନିର୍ବାଚନରେ ରାଲିରେ ସାମିଲ ହେବେ ।

୧୮୨ ସଦସ୍ୟ ବିଶିଷ୍ଟ ଗୁଜୁରାଟ ବିଧାନସଭା ପାଇଁ ଡିସେମ୍ବର ୧ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ଏହାଛଡା ମୋଦୀ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ସୌରାଷ୍ଟ୍ର ଏବଂ ଦକ୍ଷିଣ ଗୁଜୁରାଟ ଅଂଚଳରେ ଆଠରୁ ଉଦ୍ଧ୍ୱର୍ ନିର୍ବାଚନ ସଭାରେ ଯୋଗଦେବା ସହିତ ବିଶାଳ ରୋଡ ଶୋ ମାଧ୍ୟମରେ ଦଳୀୟ ପାର୍ଥୀଙ୍କ ପାଇଁ ପ୍ରଚାର କରିବେ ।

Get real time updates directly on you device, subscribe now.