fbpx
BJD
BJD SKY
BJD SKY

ପିରିୟଡ ସମୟରେ ପେଟ ଯନ୍ତ୍ରଣାରୁ ପାଆନ୍ତୁ ମୁକ୍ତି , ଆପଣାନ୍ତୁ ଏହି ୫ଟି ଘରୋଇ ଉପାୟ

BJD

ସାଧାରଣତଃ ମହିଳା ମାନଙ୍କ ଋତୁସ୍ରାବ ସମୟରେ ପେଟ କାଟିବା, ପିଠି ବିନ୍ଧା, ଥକାପଣ, ମୁଣ୍ଡବିନ୍ଧା, ବାନ୍ତି ଏବଂ ମାନସିକ କ୍ଷେତ୍ରରେ ଅସ୍ଥିରତା ଦେଖାଦେଇଥାଏ । ତେବେ ଏହି ଅସୁବିଧା ମହିଳା ମାନଙ୍କୁ ପ୍ରତିମାସରେ ସମ୍ମୁଖୀନ କରିବାକୁ ପଡିଥାଏ । କିଛି ମହିଳା ଏହାର ଭୟଙ୍କର ପିଡାକୁ ଅନୁଭବ କରନ୍ତି । ହେଲେ ଏହି କଷ୍ଟରୁ ମୁକ୍ତି ପାଇବା ପାଇଁ ଆମେ ଆପଣଙ୍କ ପାଇଁ କିଛି ଘରୋଇ ଉପାୟ ଆଣିଛୁ ଯାହାଦ୍ୱାରା ଆପଣ ପିରିୟଡ ସମୟରେ କଷ୍ଟରୁ ମୁକ୍ତି ପାଇପାରିବେ । ଘରୋଇ ଉପାୟରେ କିଛି ସାଇଡ ଇଫେକସନ ନଥାଏ । ତେବେ ମାର୍କେଟରୁ ମେଡିସିନ ନ ଖାଇ ପିରିୟଡ ସମୟରେ ଘରେ ଏହି ଉପାୟ କରନ୍ତୁ ।

-କାମୋମାଇଲ ଟି ପିରିଅଡ କଷ୍ଟ ପାଇଁ ଅତ୍ୟନ୍ତ ଲାଭ ଦାୟକ । ଏଥିରେ ଆଣ୍ଟି ଇନପ୍ଲେମେଟରୀ ଓ ସ୍ପେସେଡୋମିକ ପ୍ରପୋର୍ଟିଜ ରହିଛି । ଏହାକୁ ଚାହା କରି ପିଇଲେ ଆପଣ ପିରିୟଡ କଷ୍ଟରୁ ମୁକ୍ତି ପାଇ ପାରିବେ ।

-ଅଳସୀ ଓ ଚିଆ ମଞ୍ଜିରେ ଓମେଗା-୩ ରହିଥାଏ ଯାହା ପିରିୟଡ କଷ୍ଟକୁ କମାଇଦେଇଥାଏ । କିନ୍ତୁ ଏହାକୁ ସବୁ ସମୟରେ ଖାଇବା ଉଚିତ ନୁହେଁ । କେବଳ ପିରିୟଡ ସମୟରେ ଖାଇବା ଦରକାର । ସେହିପରି ଚିଆସିଡରେ ଓମେଗା-୩ ଫେଣ୍ଟି ଏସିଡରେ ଭରପୁର ରହିଥାଏ । ଗ୍ରାଉଣ୍ଡ କପଲେକ୍ସ ଓ ଚିଆ ସିଡକୁ ଓଟସ, ସ୍ମୁଦି, ଓ ଦହି ସହିତ ଖାଇପାରିବେ ।

-ଡାର୍କ ଚକଲେଟ ଖାଇବା ଦ୍ୱାରା ଋତୁସ୍ରାବ କଷ୍ଟ ଦୂର ହୋଇଯାଇଥାଏ । ଡାର୍କ ଚକଲେଟରେ ରହିଛି ଏଣ୍ଡୋଫ୍ରିନ ଯାହା ଆପଣଙ୍କ ମୁଡକୁ ଚେଞ୍ଜ କରିବାରେ ସହାୟକ ହୋଇଥାଏ ।

– ଭାରତୀୟ ପରିବାରଙ୍କ ରୋଷେଇ ଘରେ ଅଦା ଏକ ସାଧାରଣ ଜିନିଷ ଅଟେ । ଅଦାରେ ଆଣ୍ଟି ଇମ୍ପିଲି ମେଣ୍ଟରୀ ଗୁଣ ରହିଛି ଯାହା ମାଂସପେଶୀକୁ ଟ୍ୱିଚ କରିଥାଏ । ଅଦା ଖାଇବା ଦ୍ୱାରା ବାନ୍ତି ଆଦି ସମସ୍ୟାରୁ ମୁକ୍ତି ଦେବା ସହ ଏହା ପେଟ କଷ୍ଟରୁ ମଧ୍ୟ ରକ୍ଷା କରିଥାଏ ।

-ପିରିୟଡ ସମୟରେ ଯଦି ଆପଣ ଅଳ୍ପ ଉଷୁମ କ୍ଷୀର ସହ ହଳଦୀ ପକାଇ ପିଇବେ ତେବେ ଏହା ପିରିୟଡ କଷ୍ଟରୁ ଆରାମ ଦେବ । କାରଣ ହଳଦୀ କଷ୍ଟ ଗୁଡିକୁ ଟାଣି ନେଇଥାଏ ସେଥିପାଇଁ ପିରିୟଡ ସମୟରେ ହଳଦୀକୁ ନିହାତି ବ୍ୟବହାର କରନ୍ତୁ ।

Get real time updates directly on you device, subscribe now.