fbpx
BJD SKY
BJD SKY

ପିଏମ ମୋଦୀ ଜଣେ ସ୍ଵଂୟସେବକ, ମାତ୍ର RSS କଦାପି ରିମୋଟ୍ କଣ୍ଟ୍ରୋଲର ବ୍ୟବହାର କରେନି: ମୋହନ ଭାଗବତ

BJD

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘ(ଆରଏସଏସ) ସରସଂଘଚାଳକ ମୋହନ ଭାଗବତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ଭାଗବତ ଶନିବାର କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ସଂଘର ସ୍ଵଂୟସେବକ ମାତ୍ର ସଂଘ କୌଣସି ବ୍ୟକ୍ତି କିମ୍ବା ସଂଗଠନକୁ ନିୟନ୍ତ୍ରଣ କରେ, ଯିଏ ସ୍ଵାଧୀନ ଭାବେ କାମ କରୁଛି। ଏପରିକି ସଂଘ ପ୍ରତ୍ୟେକ୍ଷ ନିୟନ୍ତ୍ରଣ କିମ୍ବା ରିମୋଟ୍ କଣ୍ଟ୍ରୋଲର ବ୍ୟବହାର କରେ ନାହିଁ। ସରସଂଘଚାଳକ ଜବଲପୁରରେ ଲୋକଙ୍କ ଆଲୋଚନା ବେଳେ ଏହା କହିଛନ୍ତି।

ମୋହନ ଭାଗବତ କହିଛନ୍ତି, ଯେ କେହି ଆରଏସଏସ ବିଷୟରେ ଆଲୋଚନା କରିଥାନ୍ତି, ତେବେ ଲୋକେ ବିଶ୍ଵ ହିନ୍ଦୁ ପରିଷଦ ବିଷୟରେ ବି ଚିନ୍ତା କରିଥାନ୍ତି। ଉକ୍ତ ସଂଗଠନ ବି ସ୍ଵଂୟସେବକ ଏବଂ ତାଙ୍କ ଚିନ୍ତାଧାରା ବି ଆମ ପରି ସମାନ। ସଂଘ କହିବା ପରେ ଲୋକେ ମୋଦୀଙ୍କ ନାମ ନେଇଥାନ୍ତି। ମୋଦୀ ଜୀ ଆମର ସ୍ଵଂୟସେବକ। ସେ ସ୍ଵାଧୀନ ଭାବେ ନିଜର କାମ କରିଥାନ୍ତି। ସଂଘ କେବେ ସରକାରରେ ହସ୍ତକ୍ଷେପ କରେନି କି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରେ ନାହିଁ।

ଆରଏସଏସ ମୁଖ୍ୟ କହିଛନ୍ତି, ସଂଘ ଏକ ଭିନ୍ନ ଏବଂ ସ୍ଵତନ୍ତ୍ର କାମ କରିଥାଏ। ସ୍ଵଂୟସେବକ ସବୁ ଜାଗାରେ ଅଛନ୍ତି, ଏଥିପାଇଁ ମହତ କାମରେ ସଂଘ ସାହାଯ୍ୟ କରିଥାଏ। ସଂଘ କାହାରି ଉପରେ ପ୍ରତ୍ୟେକ୍ଷ ବା ପରୋକ୍ଷ ନିୟନ୍ତ୍ରଣ କରେ ନାହିଁ। ଏହା ସହିତ ଭାଗବତ କହିଛନ୍ତି, ହିନ୍ଦୁ ଧର୍ମ କୌଣସି ଧର୍ମ ନୁହେଁ ବରଂ ଜୀବନ ଜିଇଁବାର ଏକ ଶୈଳୀ। ଏହା ଏକ ପରମ୍ପରା ଯାହାକୁ ବିଭିନ୍ନ ପନ୍ଥ, ଜାତି ଏବଂ କ୍ଷେତ୍ର ଦ୍ଵାରା ପାଳନ କରାଯାଏ। ଭାଗବତ ଛତିଶଗଡ ଗସ୍ତ କରି ସେଠାରେ ଆରଏସଏସ ପଦାଧିକାରୀଙ୍କ ସହିତ ଆଲୋଚନା କରିବା ପରେ ଗୁରୁବାର ଚାରି ଦିନିଆ ଗସ୍ତରେ ଜବଲପୁର ପହଞ୍ଚିଛନ୍ତି।

Get real time updates directly on you device, subscribe now.