fbpx

ବିଗବସ ଘରୋଇ ଝଗଡାରେ ପ୍ରିୟଙ୍କାଙ୍କୁ ଉଚିତ ଉତ୍ତର ଦେଲେ ସଲମାନ

ମୁମ୍ବାଇ: ସଲାମାନ ଖାନ ସତ୍ୟପଥରେ ବିଗ ବସକୁ ନେଇ ଚାଲିଛନ୍ତି । ଏଥର ବିଗବସ ୱିକେଣ୍ଡରେ ଏପରି ଏକ ଘଟଣା ଘଟିଥିଲା ଯେଉଁଥିରେ ସଲମାନ ଖାନ ସତ୍ୟର ଦର୍ପଣ ଦେଖାଇଥିଲେ ଜଣେ ପ୍ରତିଯୋଗୀଙ୍କୁ । ତେବେ ବିଗବସ ଘରେ ଝଗଡାକୁ ନେଇ ସମସ୍ତେ ସଲମାନ ଖାନଙ୍କୁ ଅପେକ୍ଷା କରିଥିଲେ । ଏହି ପରିସ୍ଥିକୁ ସଲମାନ ଖାନ କିପରି ହ୍ୟାଣ୍ଡଲ କରିବେ । ହେଲେ ସଲମାନ ଖାନ ପ୍ରତିଯୋଗିତାଙ୍କ କ୍ଲାସ ନେବା ସହ ତାଙ୍କୁ ଆଇନା ମଧ୍ୟ ଦେକାଇଛନ୍ତି ।

ତେବେ ଏହି ସପ୍ତାହର ସମ୍ପୂର୍ଣ୍ଣ ନଜର ରଖାଯାଇଥିଲା ଶାଲିନ, ଟିନା, ଓ ସୁଂବୁଲଙ୍କ ଉପରେ । ସଲମାନ ଖାନ ଏମାନଙ୍କ ସହ ପ୍ରିୟଙ୍କା ଚାହର ଚୌଧୁରୀଙ୍କୁ ମଧ୍ୟ ବହୁତ କଥା ଶୁଣାଇଥିଲେ । ଯେତେବେଳେ ଶୋରେ ଶାଲିନ ଏବଂ ଷ୍ଟୈନଙ୍କ ମଧ୍ୟରେ ଝଗଡା ଲାଗିଥିଲା ସେତେବେଳେ ପ୍ରିୟଙ୍କା ତାଙ୍କ ମଧ୍ୟରେ ଝଗଡା ବନ୍ଦ କରିବା ବଦଳରେ ଅଧିକ ଝଗଡାକୁ ଅଧିକ ନିଆଁ ଲଗାଇଥିଲେ । ପ୍ରିୟଙ୍କାଙ୍କ ଏହି ବ୍ୟବହାର ସଲମାନଙ୍କୁ ମୋଟେ ପସନ୍ଦ ଅସିନଥିଲା ।

ତେଣୁ ସଲମାନ ପ୍ରିୟଙ୍କାଙ୍କୁ କହିଥିଲେ ଘରେ ଯେତେବେଳେ ନିଆଁ ଲାଗିଥିଲା ତୁମେ ଆହୁରୀ ଘିଅ ପକାଇ ଏହାକୁ ଜାଳିଥିଲ । ପ୍ରିୟଙ୍କା ସଲମାନଙ୍କ ପ୍ରତିଟି କଥାରେ କହୁଥିଲେ ମୁଁ ଏହାର ଜବାବ ଦବାକୁ ଚାହୁଁଚି । ହେଲେ ସଲମାନ ତାଙ୍କ କଥା ଶୁଣିନଥିଲେ । ସେ ପ୍ରିୟଙ୍କାଙ୍କୁ କହିଥିଲେ ଯେପରି ତୁମେ ଏଠାରୁ ଯାଉଛ ତୁମେ ବହୁତ ଜଲଦୀ ଅର୍ଚ୍ଚନା ପାର୍ଟ ୨ ହୋଇ ବାହାରିବ । ପୁଣି ସଲମାନ ଖାନ ତାଙ୍କୁ କହିଥିଲେ ତୁମର ଡବଲ ଷ୍ଟାଣ୍ଡାର୍ଡ ରୂପ କେବଳ ମୋତେ ନୁହେଁ ସାରା ଭାରତୀୟଙ୍କୁ ଦେଖାଯାଉଛି ।

ଏହା କହିବା ପଛରେ ଏକ କାରଣ ରହିଛି ଯେତେବେଳେ ଅର୍ଚ୍ଚନା ଗୌତମ ଶିବଙ୍କ ବେକ ଚାପିଧରିଥିଲେ ସେତେବେଳେ ପ୍ରିୟଙ୍କା ଅର୍ଚ୍ଚନାଙ୍କୁ କିଛି କହିନଥିବା ସହ ତାଙ୍କୁ ସପୋର୍ଟ କରିଥିଲେ । କାରଣ ସେହି ସମୟରେ ପ୍ରିୟଙ୍କା ଅର୍ଚ୍ଚନାଙ୍କ ସାଙ୍ଗ ଥିଲେ । ହେଲେ ଯେତେବେଳେ ଷ୍ଟୈନ ସେଠାରେ ପହଁଚିଥିଲେ ସେତେବେଳେ ପ୍ରିୟଙ୍କା ଘରେ ତାଣ୍ଡବ ସୃଷ୍ଟି କରିଥିଲେ । ପ୍ରିୟଙ୍କାଙ୍କ ଏପରି ବ୍ୟବହାର ସଲମାନଙ୍କୁ ପସନ୍ଦ ଅସିନଥିଲା ।

ସଲମାନ ଖାନ ପୁରା ସାଫାସଫି ଭାବେ କହିଛନ୍ତି ଯେ, ପ୍ରିୟଙ୍କା ନିଆଁ ରେ ପାଣି ପକାଇବା ବଦଳରେ ଘିଅ ଢାଳୁଛନ୍ତି । ତେବେ ସଲମାନ ଖାନଙ୍କ ଏହି କଥାରେ ପ୍ରିୟଙ୍କା ରିବେଲ ନେଉଛନ୍ତି କି ଏମିତି ଝଗଡା ଜାରି ରଖୁଛନ୍ତି ଏହା ପ୍ରଶ୍ନବାଚୀ । ଯାହା କମ ସମୟରେ ପ୍ରକାଶିତ ହେବ । ଏହାଛଡା ପ୍ରିୟଙ୍କା ଚାହର ଚୌଧୁରୀଙ୍କୁ ନେଇ ଆପଣଙ୍କ ମତ କ’ଣ ।

Get real time updates directly on you device, subscribe now.