fbpx

ପ୍ରିୟଙ୍କା ବଲିଉଡ ଛାଡିବାର କାରଣକୁ ସମର୍ଥନ କଲେ କଙ୍ଗନା, କରଣ ଜୋହାରଙ୍କ ଉପରେ କଲେ ସିଧା ଟାର୍ଗେଟ

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରାଙ୍କ ବଲିଉଡରୁ ବିଦାୟ ନେବା କଥା ବର୍ତ୍ତମାନ ଚର୍ଚ୍ଚା ଚାଲିଛି । ଏନେଇ କଙ୍ଗନା ରନାୱତ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । କଙ୍ଗନା କହିଛନ୍ତି ଯେ, ଇଣ୍ଡଷ୍ଟ୍ରୀର ପରିବେଶ କରଣ ଜୋହାରକୁ ନେଇ ହୋଇଛି । ଶାହାରୁଖ ଖାନଙ୍କ ସହ ପ୍ରିୟଙ୍କାଙ୍କ ସାଙ୍ଗ ହେବା କାରଣରୁ ତାଙ୍କୁ ଭାରତ ଛାଡିବାକୁ ବାଧ୍ୟ କରାଯାଇଥିଲା ଏବଂ ଏହା ପଛରେ କରଣ ଜୋହାରଙ୍କ ହାତ ରହିଛି । ପ୍ରିୟଙ୍କା କାହାର ନାମ ନ ନେଇ କହିଥିଲେ ଯେ, ମୋତେ ବହୁତ ଦିନ ହେଲାଣି ଇଣ୍ଡଷ୍ଟ୍ରୀରେ କାମ ମିଳୁ ନଥିଲା ଏବଂ ମୁଁ ଏହି ଇଣ୍ଡଷ୍ଟ୍ରୀର ଚକ୍ରାନ୍ତ ଖେଳରେ ଥକି ପଡିଥିଲି । ପ୍ରିୟଙ୍କା ଇସାରା ଦେଇ ପୁଣି କହିଥିଲେ, ଲୋକ ତାଙ୍କ କ୍ୟାରିୟର ଖରାପ କରିବାରେ ଉସ୍ତାଦ ଅଟନ୍ତି । କିନ୍ତୁ କଙ୍ଗନା ବର୍ତ୍ତମାନ ଲେଖିଛନ୍ତି ଯେ, ଜଣେ ନିଜକୁ ନିଜେ ତିଆରି କରିଥିବା ଝିଅଙ୍କୁ ଭାରତ ଛାଡିବାକୁ ପଡିଲା । ସମସ୍ତେ ଜାଣିଛନ୍ତି ଯେ, କରଣ ଜୋହାର ତାଙ୍କୁ ବ୍ୟାନ କରିଥିଲେ ।

କଙ୍ଗନା ଏହି ସବୁ କଥାକୁ ଟ୍ୱିଟ କରିଛନ୍ତି । ସେ କହିଛନ୍ତି ଯେ, ମିଡିଆ କରଣ ଜୋହାରଙ୍କ ବିବାଦୀୟ କାରଣ ପାଇଁ ଶାହାରୁଖ ଖାନଙ୍କ ଠାରୁ ପ୍ରିୟଙ୍କା ଚୋପ୍ରାଙ୍କ ବନ୍ଧୁତ୍ୱ ବିଷୟରେ ବହୁତ କିଛି କଥା ଲେଖିଛନ୍ତି । ମୁଭି ମାଫିଆ କ୍ରୁଏଲା ଯିଏ ସର୍ବଦା ଦୁର୍ବଳ ଆଉଟସାଇଡର୍ସର ଖୋଜିବାରେ ରହିଥାଏ । ତାକୁ ପ୍ରିୟଙ୍କା ପରଫେକ୍ଟ ପଞ୍ଚିଙ୍ଗ ବ୍ୟାଗ ଦେଖାଯାଇଥିଲା । ସେ ତାଙ୍କୁ ପ୍ରତାଡିତ କରିବା ପାଇଁ ନିଜର ସମସ୍ତ ଶକ୍ତି ଲଗାଇ ଦେଇଥିଲେ, ସେଥିପାଇଁ ପ୍ରିୟଙ୍କାଙ୍କୁ ଭାରତ ଛାଡିବା ପାଇଁ ପଡିଥିଲା ।

କଙ୍ଗନା ଅନ୍ୟ ଏକ ଟ୍ୱିଟରେ ଲେଖିଛନ୍ତି ଯେ, ଅମିତାଭ ବଚନ ଏବଂ ଶାହାରୁଖ ଖାନ ମଧ୍ୟ ଆଉଟ ସାଇଡର ଥିଲେ । ହେଲେ ତାଙ୍କ ସମୟରେ ଇଣ୍ଡଷ୍ଟ୍ରୀର ପରମ୍ପରା ଏତେ ଖରାପ ନଥିଲା । ଏହାକୁ କରଣ ଜୋହାର ପରି ଲୋକ ଖରାପ କରିଛନ୍ତି । ଏପରି ଲୋକମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ଦରକାର, ସେମାନେ ଇଣ୍ଡଷ୍ଟ୍ରୀର ପରିବେଶକୁ ଖରାପ କରିଛନ୍ତି ଯାହାକି ଅମିତାଭ ବଚନ କି ଶାହାରୁଖ ଖାନଙ୍କ ଦିନରେ ଚାଲି ନଥିଲା ।

Get real time updates directly on you device, subscribe now.