fbpx

OTTରେ ଡେବ୍ୟୁ କରିବେ କଙ୍ଗନା

ନୂଆଦିଲ୍ଲୀ: ବଲିଉଡ କ୍ୱିନ୍ କଙ୍ଗନା ରଣାୱତ ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । କଙ୍ଗନା ଏକ ରିୟଲିଟି ସୋ ମାଧ୍ୟମରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଆମେରିକାନ ରିୟଲିଟି ସୋ ‘ଟେମ୍ପଟେସନ ଆଇଲାଣ୍ଡ’ର ଭାରତୀୟ ଭର୍ସନକୁ ହୋଷ୍ଟ କରି ଓଟିଟିରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି କଙ୍ଗନା । ଏହି ରିୟାଲିଟି ସୋ ମାଧ୍ୟମରେ କଙ୍ଗାନା ଯୁବିପଢ଼ୀଙ୍କୁ ଭଲପାଇବା ଉପରେ ଉପଦେଶ ଦେବେ ।

ତେବେ ବର୍ତ୍ତମାନ କଙ୍ଗନା ତାଙ୍କର ଆଗାମୀ ଫିଲ୍ମ ‘ଧାକଡ଼’ ପାଇଁ ଅର୍ଜୁନ ରାମପାଲଙ୍କ ସହ ସୁଟିଂ ସୁଟିଂରେ ବ୍ୟସ୍ତ ଅଛନ୍ତି । କଙ୍ଗନା ଆଗାମୀ ଫିଲ୍ମ ‘ଥଲାଇଭି’ ରେ ନଜର ଆସିଥିଲେ । ଏହି ଫିଲ୍ମ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଆତ୍ମଜୀବନୀ ଉପରେ ଆଧାରିତ । ଫିଲ୍ମର ଟ୍ରେଲରେ କଙ୍ଗନାଙ୍କ ଦ୍ୱାରା ଜୟଲଳିତାଙ୍କ ଚରିତ୍ର ଚିତ୍ରଣଙ୍କୁ ପ୍ରଶଂସା ମଧ୍ୟ କରାଯାଉଛି । ଏହା ସହ ସେ ତାଙ୍କର ଆଗାମୀ ଫିଲ୍ମ ‘ଧାକଡ଼’, ‘ତେଜସ୍’, ‘ମଣିକର୍ଣ୍ଣିକା ରିଟର୍ଣ୍ଣସ’ ଏବଂ ‘ଇମରଜେନ୍ସି’ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ।

Get real time updates directly on you device, subscribe now.