fbpx

ସ୍ୱାମୀର ଥିଲା ଅବୈଧ ସମ୍ପର୍କ: ଗୁଳି ମାରିବା ପରେ ଶବକୁ ଛୋଟ ଛୋଟ ଖଣ୍ଡରେ କାଟିଲା

ନୂଆଦିଲ୍ଳୀ: ଅବୈଧ ସମ୍ପର୍କ ପଡିଲା ମହଙ୍ଗା । ନିଜ ସ୍ୱାମୀର ଅବୈଧ ସମ୍ପର୍କ ବିଷୟରେ ଜାଣିବା ପରେ ରାଗରେ ସ୍ୱାମୀକୁ ଗୁଳି ହତ୍ୟା କରିଛି ଏହି ପତ୍ନୀ । ରାଗ ଏତେ ଥିଲା କି ହତ୍ୟା ପରେ ମଧ୍ୟ ରାଗ ଶାନ୍ତ ହୋଇନଥିଲା । ମୃତ୍ୟୁ ପରେ ସ୍ୱାମୀର ଶବକୁ ଟିକି ଟିକି କରି କାଟିଥିଲା ସ୍ତ୍ରୀ । ଏହାକୁ ସୁଟକେଶରେ ଭର୍ତ୍ତି କରି ନେଉଥିବା ସମୟରେ ସିସିଟିଭିରେ ଧରାପଡିଥିଲା ସ୍ତ୍ରୀ । ବ୍ରାଜିଲରେ ରହୁଥିବା ଏଲିଜ ମାଟସୁଙ୍ଗାଙ୍କୁ ନିଜ ପତି ମାର୍କୋସ ମାଟସୁଙ୍ଗାଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ କରାଯାଇଛି ।

ଏଲିଜ କମ ବୟସରୁ ନିଜର ସାବତ ପିତା ଦ୍ୱାରା ନିର୍ଯାତିତ ହୋଇଥିଲେ । ଘର ଛାଡି ଦେବା ପରେ କଲେଜ ପଢା ସମ୍ପୂର୍ଣ୍ଣ କରିବା ପାଇଁ ଦେହ ବ୍ୟବସାୟରେ ଲିପ୍ତ ରହିଥିଲେ ଏଲିଜ୍ । ଏହି ସମୟରେ ଜାପାନୀ ବିଜିନେସ ଟାଇକୁନ୍ ମାର୍କୋସଙ୍କ ସହିତ ସମ୍ପର୍କ ବଢିଥିଲା । ସମ୍ପର୍କ ବଢିବା ପରେ ନିଜର ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ ମାର୍କୋସ । ବିବାହ ପରେ ଏହି ଦମ୍ପତ୍ତିଙ୍କର ଏକ ସନ୍ତାନ ମଧ୍ୟ ହୁଏ । ଅବୈଧ ସମ୍ପର୍କ ବିଷୟରେ ଜାଣିବା ପାଇଁ ଏକ ପ୍ରାଇଭେଟ୍ ଡିଟେକ୍ଟିଭ ନିଯୁକ୍ତ କରିଥିଲେ ଏଲିଜ୍ । ସତ ଜଣାପଡିବା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଘରେ ଥିବା ପିସ୍ତଲରେ ଗୁଳି କରିବା ପରେ ଛୋଟ ଛୋଟ ଖଣ୍ଡରେ କାଟି ଦେଇଥିଲେ । ୩ଟି ସୁଟକେଶରେ ଛୋଟ ଖଣ୍ଡ ଶବକୁ ଭର୍ତ୍ତି କରି ଫୋପାଡି ଦେଇଥିଲେ । ତେବେ ସିସିଟିଭି ଫୁଟେଜରୁ ସତ ସାମ୍ନାକୁ ଆସିବା ପରେ ପୋଲିସ ହେପାଜତରେ ଅଛନ୍ତି ଏଲିଜ୍ ।

Get real time updates directly on you device, subscribe now.