fbpx

କଙ୍ଗନା ରନାୱତ କରୋନା ପଜିଟିଭ୍

ମୁମ୍ବାଇ, ୦୮/୦୫(ଓଡିଶା ଭାସ୍କର) : କରୋନା ସଂକ୍ରମଣ ଦିନକୁ ଦିନ ତୀବ୍ର ରୁପ ନେଉଛି । ଦେଶରେ ଲଗାତର ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ଭିତରେ ଅନେକ ବଲିଉଡ୍ ସେଲେବ୍ କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ଆଜି ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତାଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ସୋସିଆଲ ମିଡିଆରେ ଏନେଇ ସେ ତାଙ୍କ ଫ୍ୟାନ୍ସ ମାନଙ୍କୁ ସୁଚନା ଦେଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ଏବେ ନିଜକୁ ସେଲ୍ଫ ଆଇସୋଲେସନ୍ ରେ ରଖିଛନ୍ତି । ସେ ଘରେ ରହି ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିଜର ଚିକିତ୍ସା କରୁଛନ୍ତି ।

Get real time updates directly on you device, subscribe now.