fbpx

ମିଜୋରାମରେ ଲାଗୁହେଲା ୭ ଦିନିଆ ଲକଡାଉନ୍

ନୂଆଦିଲ୍ଲୀ, ୮ା୫: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମିଜୋରାମରେ ୭ ଦିନିଆ ଲକଡାଉନ୍ ଲାଗୁ କରାଯାଇଛି । ଆସନ୍ତା ୧୦ ତାରିଖ ସକାଳ ୪ଟାରୁ ଏହା ଲାଗୁହୋଇ ମେ ୧୭ ତାରିଖ ସକାଳ ୪ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଥିବା ରାଜ୍ୟ ଚିଫ୍ ସେକ୍ରେଟାରୀ ସୂଚନା ଦେଇଛନ୍ତି ।

ତେବେ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀଙ୍କ ପାଇଁ ୧୦ ଦିନ ହୋମ୍ ଆଇସୋଲେସନରେ ରହିବା ବାଧ୍ୟତାମୂଳକ କରାଯାଇଛି । ଲକଡାଉନ୍ ସମୟରେ ଶିକ୍ଷାନୁଷ୍ଠାନ, ପାର୍କ, ପିକନିକ୍ ସ୍ପଟ, ଜିମ୍, ରେଷ୍ଟୁରାଣ୍ଟ, ମଲ୍, ଦୋକାନ ଆଦି ବନ୍ଦ ରହିବ । ଏହାଛଡ଼ା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଗୃହ, ବିପର୍ଯ୍ୟୟ ପରିଚାଳନା, ଅର୍ଥ, ସୂଚନା ଓ ଲୋକ ସମ୍ପର୍କ, ଜିଲ୍ଲା ପ୍ରଶାସନ ଆଦି ସରକାରୀ ଅଫିସ ବନ୍ଦ ରହିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.