fbpx

ବ୍ରିଟେନ୍ ବଢ଼ାଇଲା ସହଯୋଗର ହାତ: ଦୁନିଆର ସବୁଠାରୁ ବଡ ବିମାନରେ ଭାରତକୁ ଆସୁଛି ଅକ୍ସିଜେନ୍ ଜେନେରେଟର୍ ଏବଂ ଭେଣ୍ଟିଲେଟର୍

ନୂଆଦିଲ୍ଲୀ, ୦୮/୦୫(ଓଡିଶା ଭାସ୍କର): କରୋନା ମାମଲା ଦିନକୁ ଦିନ ଭାରତରେ ବୃଦ୍ଧି ପାଉଥିବା ବେଳେ ସଂକ୍ରମଣ ଭୟାନକ ସ୍ଥିତିରେ ରହିଛି । ତେଣୁ ଦେଶର ଏପରି ଘଡିସନ୍ଧି ମୁହୁର୍ତ୍ତରେ ବିଭିନ୍ନ ଦେଶ ସହଯୋଗର ହାତ ବଢ଼ାଉଛନ୍ତି । ଏହି ପରିପ୍ରେକ୍ଷୀରେ ବ୍ରିଟେନ୍ ରୁ ଦୁନିଆର ସବୁଠାରୁ ବଡ ବିମାନରେ ଉତ୍ତର ଆୟରଲ୍ୟାଣ୍ଡରୁ ତିନୋଟି ୧୮ଟନ୍ ବିଶିଷ୍ଟ ଅକ୍ସିଜେନ୍ ଜେନେରେଟର୍ ଏବଂ ଏକ ହଜାର ଭେଣ୍ଟିଲେଟର୍ ଆସୁଛି । ବ୍ରିଟିଶ୍ ସରକାରଙ୍କ ପକ୍ଷରୁ ଏନେଇ ସୁଚନା ଦିଆଯାଇଛି । ସେ କହିଛନ୍ତି ଯେ, ବିଶ୍ୱର ସବୁଠାରୁ ବଡ ବିମାନ ଏଣ୍ଟୋନୋଭ୍ ୧୨୪ ରେ ଏହିସବୁ ମେଡିକାଲ୍ ବ୍ୟବହୃତ ସାମଗ୍ରୀ ଭାରତକୁ ପଠାଯାଉଛି । ଏହାକୁ ଲୋଡ୍ କରିବାକୁ ବିମାନ କର୍ମଚାରୀ ମାନେ ଖୁବ୍ ପରିଶ୍ରମ କରିଥିଲେ ।

ବ୍ରିଟେନ୍ ରୁ ଆସୁଥିବା ତିନୋଟି ଯାକ ଅକ୍ସିଜେନ୍ ଜେନେରେଟର୍ ପ୍ରତି ମିନିଟ୍ ରେ ୫୦୦ ଟନ୍ ର ଅକ୍ସିଜେନ୍ ଉତ୍ପାଦନ କରିବ । ଆଉ ଏହା ସହିତ ଏକା ସମୟରେ ୫୦ ଜଣ ଲୋକଙ୍କୁ ଅକ୍ସିଜେନ୍ ଦିଆଯାଇ ପାରିବ । ଶୁକ୍ରବାର ରାତିରେ ଏହି ବିମାନ ଆୟରଲ୍ୟାଣ୍ଡ ବିମାନ ବନ୍ଦର ଛାଡିଛି । ଏହି ବିମାନଟି ରବିବାର ସକାଳ ପହଞ୍ଚିବ ବୋଲି ଆଶା କରାଯାଉଛି । ଏହାପରେ ଇଣ୍ଡିଆନ୍ ରେଡକ୍ରସଙ୍କ ସହାୟତାରେ ବିଭିନ୍ନ ହସ୍ପିଟାଲକୁ ସୁରକ୍ଷିତ ଭାବରେ ପଠାଯିବ । ସେହିପରି ବ୍ରିଟେନ୍ ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ, ଭାରତରେ ବର୍ତ୍ତମାନର ସ୍ଥିତି ଦୁଃଖଦାୟକ ରହିଛି । ଆମେ ଆମ ବନ୍ଧୁଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଠିଆ ହୋଇଛୁ । ଆମେ ଭାରତୀୟ ଅଥରିଟି ମାନଙ୍କୁ ସାହାଯ୍ୟ କରିବା ଜାରି ରଖିବୁ ।

ବିମାନରେ ଏହି ମେଡିକାଲ ସାମଗ୍ରୀ ପଠାଇବା ସମୟରେ ବେଲଫାଷ୍ଟ ଅର୍ନ୍ତରାଷ୍ଟ୍ରୀୟ ଏୟାରପୋର୍ଟରେ ଆୟରଲ୍ୟାଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ଉପସ୍ଥିତ ରହିଥିଲେ । ନୈତିକତା ଦୃଷ୍ଟିରୁ ଆମେ ଭାରତକୁ ଯଥାସମ୍ଭବ ସହଯୋଗ କରିବୁ ବୋଲି ଆୟରଲ୍ୟାଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଭାରତରେ କରୋନା ଆକ୍ରାନ୍ତ ମାନେ ଅକ୍ସିଜେନ୍ ଏବଂ ବେଡର ଅଭାବରେ ମୃତ୍ୟୁବରଣ କରୁଛନ୍ତି । ତେଣୁ ଅକ୍ସିଜେନ୍ ଏବଂ ବେଡର ମାତ୍ରା ବୃଦ୍ଧିକରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି ।

Get real time updates directly on you device, subscribe now.