fbpx

କଂଗ୍ରେସର ହାତ ଧରିବେ କହ୍ନେୟା କୁମାର, ଜିଗ୍ନେଶ ମେୱାନୀଙ୍କୁ ମଧ୍ୟ ମିଳିବ ସଦସ୍ୟତା

ନୂଆଦିଲ୍ଲୀ: ଜେଏନୟୁଏସୟୁର ପୂର୍ବ ଅଧ୍ୟକ୍ଷ ଏବଂ ସିପିଆଇ ନେତା କହ୍ନେୟା କୁମାର ସେପ୍ଟେମ୍ବର ୨୮ ତାରିଖରେ କଂଗ୍ରେସର ହାତ ଧରିବାକୁ ଯାଉଛନ୍ତି । ସୂଚନା ଅନୁସାରେ, କଂଗ୍ରେସ ମୁଖ୍ୟାଳୟରେ କହ୍ନେୟା କୁମାର ଓ ଗୁଜୁରାଟ ବିଧାୟକ ଜିଗ୍ନେଶ ମେୱାନୀଙ୍କୁ ପାର୍ଟି ସଦସ୍ୟତା ମିଳିବ । ତେବେ ଜିଗ୍ନେଶ ୨୮ ତାରିଖ ନଚେତ୍ ଅକ୍ଟୋବର ୨ ତାରିଖରେ ପାର୍ଟିରେ ସଦସ୍ୟତା ନେଇପାରନ୍ତି । ଦୁଇ ନେତା ମିଶି ନିକଟରେ ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହିତ ଭେଟ ବି କରିସାରିଛନ୍ତି ।

ସୂତ୍ର ଅନୁସାରେ, କଂଗ୍ରେସ ପକ୍ଷରୁ ବିହାର ବିଧାନସଭା ନିର୍ବାଚନ ସମୟରେ କହ୍ନେୟା କୁମାରଙ୍କୁ ଦଳ ସହିତ ଆସିବାକୁ ଅଫର୍ ଦିଆଯାଇଥିଲା । ହେଲେ ସେତେବେଳେ ଏହା ସମ୍ଭବ ହୋଇନଥିଲା । କିନ୍ତୁ ଏବେ ସୂଚନା ମିଳିଛି ଯେ, ୨୮ ସେପ୍ଟେମ୍ବରରେ କଂଗ୍ରେସରେ ଉଭୟ କହ୍ନେୟା କୁମାର ଓ ଜିଗ୍ନେଶ ସାମିଲ ହେବେ ।

ସୂଚନା ଅନୁସାରେ, କଂଗ୍ରେସ ଏବେ ଯୁବ ଶକ୍ତିକୁ ପାର୍ଟିକୁ ଆଣିବାକୁ ପ୍ରୟାସ ଆରମ୍ଭ କରିଛି । ଏକ ଭର୍ଚୁଆଲ ବୈଠକରେ ରାହୁଲ ଗାନ୍ଧୀ କହିଥିଲେ ଯେଳ, ପାର୍ଟିରେ ଏପରି ନେତା ରହିବା ଦରକାର ଯେଉଁ ମାନେ ନିଡର ହୋଇଥିବେ । ଏଭଳି ନେତାଙ୍କୁ ପାର୍ଟିକୁ ଅଣାଯାଉ । ଆଉ ଯେଉଁ ମାନେ ଭୟ କରୁଛନ୍ତି ସେମାନଙ୍କୁ ବାହାର କରାଯାଉ । ଆରଏସଏସ ମାନଙ୍କୁ ପାର୍ଟିରୁ ବାହାର କରାଯାଉ । ଫଳରେ ପାର୍ଟିରେ ଯୁବ ଚେହେରା ସାମିଲ ହୋଇପାରିବେ ।

Get real time updates directly on you device, subscribe now.