କ୍ୟାନ୍ସରରୁ ମୁକ୍ତ ହେଲେ ଶିବା ରାଜକୁମାର, ଖୁବଶୀଘ୍ର ଫେରିବେ ବଡ଼ ପରଦାକୁ

କେମୋ ନେବା ପରେ ବଦଳିଯାଇଛି ଶିବା ରାଜକୁମାରଙ୍କ ଚେହେରା । ଭାରତ ଫେରି ପୁଣି କାମ ଆରମ୍ଭ କରିବା ପାଇଁ ଫ୍ୟାନ୍ସଙ୍କୁ ଦେଲେ ପ୍ରତିଶ୍ରୁତି ।

ନୂଆଦିଲ୍ଲୀ: କନ୍ନଡ ଅଭିନେତା ଶିବା ରାଜକୁମାର ବହୁଦିନ ଧରି ରକ୍ତ କର୍କଟରେ ପୀଡ଼ିତ ଥିଲେ । କ୍ୟାନ୍ସର ନେଇ ସେ ଆମେରିକାର ମିଆମି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବର୍ତ୍ତମାନ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖରବ ଆସିଛି ।
କାରଣ ଶିବା ରାଜକୁମାର ଏବେ କ୍ୟାନ୍ସରରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ ହୋଇଛନ୍ତି । ହସ୍ପିଟାଲରୁ ସେ ଡିସଚାର୍ଜ ହୋଇଥିବା ନେଇ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ ଶେୟାର କରି କହିଛନ୍ତି ।

ହସ୍ପିଟାଲରୁ ବାହାରିବା ପରେ ମଧ୍ୟ ତାଙ୍କୁ ଗୋଟିଏ ମାସ ପର୍ଯ୍ୟନ୍ତ ଡାକ୍ତରଙ୍କ ଅବଜରବେଶନରେ ରହିବାକୁ ପଡ଼ିବ ।

ପେବୃଆରୀ ୨ୟ ସପ୍ତାହ ସୁଦ୍ଧା ସେ ଭାରତ ଫେରିବେ । ଦେଶକୁ ଫେରିବା ପରେ ସେ ପୁଣି କାମ ଆରମ୍ଭ କରିବେ ବୋଲି ତାଙ୍କ ଫ୍ୟାନ୍ସଙ୍କୁ ପ୍ରତିଶୃତି ଦେଇଛନ୍ତି । ଶିବା ଶେୟାର କରିଥିବା ଭିଡିଓରେ ତାଙ୍କୁ କେହି ଚିହ୍ନିପାରୁ ନାହାନ୍ତି । ଚିକିତ୍ସା ପାଇଁ କେମୋ ନେବା ପରେ ତାଙ୍କ ଚୁଟି ସବୁ ଉପୁଡ଼ି ଯାଇଛି ।

ଡିସେମ୍ବର ୨୪ରେ ତାଙ୍କ ଗଲବ୍ଲାଡର ସର୍ଜରୀ ହୋଇଥିଲା । ଯେଉଁଥିରେ ତାଙ୍କ ବ୍ଲାଡର ପ୍ରତିରୋପଣ କରାଯାଇଥିଲା । ତେବେ ପ୍ରଶଂସକ, ଘରଲୋକ ଏବଂ ପ୍ରିୟଜନଙ୍କ ଆଶୀର୍ବାଦ ଯୋଗୁ ସେ ଏବେ ସୁସ୍ଥ ହୋଇଯାଇଥିବା ଜାରି ଭିଡିଓରେ କହିଛନ୍ତି ।