fbpx

କଣ୍ଟାବାଞ୍ଜି SDPO ହୃଷିକେଶ ମେହେର ସସପେଣ୍ଡ, ଥିଲା ଟଙ୍କା ହଡପ ଅଭିଯୋଗ

ବଲାଙ୍ଗୀର: ଇଟାଭାଟି ମାଲିକଙ୍କୁ ଜୁଆଡ଼ି ସଜେଇ ଟଙ୍କା ହଡପ ଅଭିଯୋଗରେ କଣ୍ଟାବାଞ୍ଜି ଏସଡିପିଓ ହୃଷିକେଶ ମେହେର ସସପେଣ୍ଡ। ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷଙ୍କ ରିପୋର୍ଟ ପରେ ରାଜ୍ୟ ଗୃହ ବିଭାଗ ହୃଷିକେଶ ମେହେରଙ୍କୁ ସସପେଣ୍ଡ କରିଛନ୍ତି। ହୃଷିକେଶ ଇଟାଭାଟି ମାଲିକଙ୍କୁ ଜୁଆଡ଼ି ସଜେଇ ଟଙ୍କା ହଡପ ଅଭିଯୋଗ ଥିଲା। ଅଭିଯୋଗ ପରେ ପ୍ରାଥମିକ ସ୍ଥରରେ ଏସଡିପିଓଙ୍କୁ ବଦଳି କରାଯାଇଥିଲା। ପରେ ଏସପିଙ୍କ ଚୁଡ଼ାନ୍ତ ରିପୋର୍ଟ ଆଧାରରେ ତାଙ୍କୁ ଏବେ ସସପେଣ୍ଡ କରାଯାଇଛି। ତେବେ ସସପେଣ୍ଡ ସମୟରେ ହୃଷିକେଶ ନୟାଗଡ଼ ଏସପିଙ୍କୁ ରିପୋର୍ଟ କରିବେ ବୋଲି ସୂଚନା ମିଳିଛି।

ଗତ ସେପ୍ଟେମ୍ବର ୧୫ ତାରିଖ ବିଳମ୍ବିତ ରାତିରେ କଣ୍ଟାବାଞ୍ଜିର ଅର୍ଣ୍ଣପୂର୍ଣା ଲଜ୍ ରେ ଚଢ଼ାଉ କରି ପୁଳାପୁଳା ଟଙ୍କା ଜବତ କରିଥିଲା କଣ୍ଟାବାଞ୍ଜି ପୋଲିସ। ହେଲେ ଟଙ୍କା ବ୍ୟାଗ ଆଣି ଅଧା ଦେଖାଇ ଅଧା ପୋଲିସ ଖଡପ କରିଥିଲା, ଆଉ ପୋଲିସର ଚୋରି ପୁଣି ଧରିଥିଲା ପୋଲିସ। ଦାଦନ ଚାଲାଣ ପାଇଁ ଆସିଥିବା ରାଜ୍ୟ ବାହାରର ୭ ଜଣ ଇଟାଭାଟି ମାଲିକଙ୍କୁ ଜୁଆଡ଼ି ସଜାଡ଼ି ଗଣମାଧ୍ୟମ ସମ୍ମିଳନୀ କରିଥିଲେ ଏସ୍ଡିପିଓ ହୃଷିକେଶ ମେହେର। ୫୮ ଲକ୍ଷ ୫୨ ହଜାର ୨୫୦ ଟଙ୍କା ଜବତ ହୋଇଥିବା ସୂଚନା ଦେଇଥିଲେ। ହେଲେ ଅଧିକ ଟଙ୍କା ଜବତ ହୋଇଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବଲାଙ୍ଗୀର ଏସ୍‌ପି ନିତିନ କୁଶଳକର ତଦନ୍ତ ନିର୍ଦେଶ ଦେଇଥିଲେ।

ପରେ ତଦନ୍ତ କରି ଅତିରିକ୍ତ ଏସ୍‌ପି ଏସ୍‌ଡିପିଓ ଥାନା ଭିତରେ ଲୁଚାଇଥିବା ବଳକା ଲକ୍ଷ ଲକ୍ଷ ଟଙ୍କା ବାହାର କରିଥିଲେ। ପାଖାପାଖି ୨୦ ଲକ୍ଷ ଟଙ୍କା ତାଙ୍କ ପାଖରୁ ବାହାରିଥିଲା। ଆଉ କିଛି ଟଙ୍କା ଅତିରିକ୍ତ ଏସ୍‌ପି ବି ବାହାର କରିପାରି ନଥିଲେ। ପୂରା ତଦନ୍ତ ରିପୋର୍ଟ ଏସ୍‌ପି ପାଇବା ପରେ ଉପରିସ୍ଥ ଅଧିକାରୀ ଓ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲେ। ଏହାସହ କଣ୍ଟାବାଞ୍ଜିରୁ ପ୍ରଥମେ ଜିଲ୍ଲା ମୁଖ୍ୟାଳୟକୁ ଏସ୍‌ଡିପିଓଙ୍କ ବଦଳି ହୋଇଥିଲା। କିଛି ଦିନ ପରେ ଏବେ ରାଜ୍ୟ ସରକାର ହୃଷୀକେଶ ମେହେରଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି।

 

 

Get real time updates directly on you device, subscribe now.