fbpx

ଉଦ୍ଧବଙ୍କୁ ମିଳିଲା ‘ମଶାଲ’ ଚିହ୍ନ: ଏକନାଥ ସିନ୍ଦେ ଗୋଷ୍ଠୀ ନାମ ହେଲା ବାଲାସାହେବଚୀ ଶିବସେନା

ନୂଆଦିଲ୍ଲୀ: ଶିବସେନାର ଦୁଇ ଗୋଷ୍ଠୀଙ୍କୁ ମିଳିଲା ନୂଆ ନାଁ । ଏକନାଥ ସିନ୍ଦେ ଏବଂ ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କୁ ଦୁଇ ନୂଆ ଦେଲେ ନିର୍ବାଚନ କମିଶନ । ମହାରାଷ୍ଟ୍ର ରାଜନୀତିରେ ନିର୍ବାଚନୀ ଚିହ୍ନକୁ ନେଇ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଉଦ୍ଧବ ଠାକରେଙ୍କୁ ‘ମଶାଲ’ ଚିହ୍ନ ଦିଆଯାଇଛି । ତାଙ୍କ ପାର୍ଟୀର ନାମ ଶିବସେନା ଉଦ୍ଧବ ବାଲାସାହେବ ଠାକରେ ରଖାଯାଇଛି । ସେପଟେ ନିର୍ବାଚନ ଆୟୋଗ ଏକନାଥ ସିନ୍ଦେଙ୍କୁ ଏପର୍ଯ୍ୟନ୍ତ ତିନି ବିକଳ୍ପ ମାଗିଛନ୍ତି, ଯାହା ଆଧାରରେ ତାଙ୍କୁ କୌଣସି ନିର୍ବାଚନୀ ଚିହ୍ନ ଦିଆଯିବ ।

କୁହାଯାଉଛି ଯେ ଏକନାଥ ସିନ୍ଦେଙ୍କୁ ବାଲାସାହେବଚୀ ଶିବସେନା ନାମ ଦିଆଯାଇଛି । କିନ୍ତୁ ତାଙ୍କ ନିର୍ବାଚନୀ ଚିହ୍ନ ଏପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇନାହିଁ । ନିର୍ବାଚନ ଆୟୋଗ ଏହି ସମୟରେ ନିଷ୍ପତ୍ତି ନେଇଛନ୍ତି ଯେତେବେଳେ ନିର୍ବାଚନ ଚିହ୍ନ ମାମଲା ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛି । ସୋମବାର ଉଦ୍ଧବ ଠାକରେଙ୍କ ତରଫରୁ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା । ସେହି ଯାଚିକା ନିର୍ବାଚନ ଆୟୋଗଙ୍କ ଦ୍ୱାରା ଶିବସେନାର ନିର୍ବାଚନୀ ଚିହ୍ନ ଫ୍ରିଜ୍ ଉପରେ କରାଯାଇଥିଲା ।

ସୂଚନା ଅନୂଯାୟୀ, ଏକନାଥ ସିନ୍ଦେ ଗୋଷ୍ଠୀ ତରଫରୁ ନିର୍ବାଚନ ଆୟୋଗଙ୍କୁ ପ୍ରଥମେ ତିନି ବିକଳ୍ପ ଦିଆଯାଇଥିଲା । କିନ୍ତୁ ନିର୍ବାଚନ ଆୟୋଗ ସେହି ତିନି ବିକଳ୍ପକୁ ଅଗ୍ରାହ୍ୟ କରିଥିଲେ । କୁହାଯାଉଛି ଯେ ସିନ୍ଦେ ଗୋଷ୍ଠୀ ତରଫରୁ ତ୍ରିଶୂଳ, ଗଦା ଏବଂ ଉଦୟ ହେଉଥିବା ସୂର୍ଯ୍ୟଙ୍କର ଚିହ୍ନ ପଠାଯାଇଥିଲା । କିନ୍ତୁ ନିର୍ବାଚନ ଆୟୋଗ ଏହାକୁ ଅଗ୍ରାହ୍ୟ କରିଥିଲେ । ଏମିତିରେ ଏବେ ପୁଣି ଥରେ ସିନ୍ଦେ ଗ୍ରୁପକୁ ନିର୍ବାଚନ ଆୟୋଗ ତିନି ବିକଳ୍ପ ପଠାଇବାକୁ କହିଛନ୍ତି ।

Get real time updates directly on you device, subscribe now.