16 ବର୍ଷର ଚାକିରି; 2 ମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିଲେ ଜେଲ, ସମୟ ପୂର୍ବରୁ କାହିଁକି ଚାକିରି ଛାଡ଼ିଲେ ଏହି IRS ଅଧିକାରୀ ?
IRS ଅଧିକାରୀ କପିଲ ରାଜ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ୧୬ ବର୍ଷ ସେବା କରିବା ପରେ ସେ ଇସ୍ତଫା ଦେଇଛନ୍ତି କପିଲ ରାଜ ।
ଭୁବନେଶ୍ବର: ଭାରତୀୟ ରାଜସ୍ୱ ସେବା (IRS) ଅଧିକାରୀ କପିଲ ରାଜ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ୧୬ ବର୍ଷ ସେବା କରିବା ପରେ ସେ ଇସ୍ତଫା ଦେଇଛନ୍ତି କପିଲ ରାଜ । କପିଲ ରାଜ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୨ ଜଣ ମୁଖ୍ୟମନ୍ତ୍ରୀଙ୍କୁ ଜେଲ ପଠାଇଥିଲେ। ସେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମନି ଲଣ୍ଡରିଂ ମାମଲାରେ ଗିରଫ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ଗୁରୁବାର ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ଆଦେଶରେ କୁହାଯାଇଛି ଯେ, ଭାରତର ରାଷ୍ଟ୍ରପତି ଜୁଲାଇ ୧୭ରୁ ଭାରତୀୟ ରାଜସ୍ବ ସେବା (ସୀମା ଏବଂ ପରୋକ୍ଷ କର)ରୁ ତାଙ୍କ ଇସ୍ତଫା ଗ୍ରହଣ କରିବେ।
କାହିଁକି ଅଧିକାରୀ ଇସ୍ତଫା ଦେଲେ?
ରିପୋର୍ଟରେ ଆହୁରି କୁହାଯାଇଛି ଯେ ପୂର୍ବତନ ଆଇଆରଏସ ଅଧିକାରୀ ଚାକିରିରୁ ଇସ୍ତଫା ଦେବା ପାଇଁ “ବ୍ୟକ୍ତିଗତ କାରଣ” ଦର୍ଶାଇଛନ୍ତି। ବସ୍ତବରେ ଅବସର ବୟସ ସମସ୍ତଙ୍କର 60 ବର୍ଷ । ଏବଂ ତାଙ୍କର ଚାକିରିରେ ପ୍ରାୟ 15 ବର୍ଷ ବାକି ଥିଲା। କିନ୍ତୁ, 15 ବର୍ଷ ବାକି ଥିବା ସତ୍ତ୍ୱେ, ସେ ବ୍ୟକ୍ତିଗତ କାରଣ ଦର୍ଶାଇ ପଦବୀରୁ ଇସ୍ତଫା ଦେଇଛନ୍ତି।
2 ମୁଖ୍ୟମନ୍ତ୍ରୀଙ୍କୁ ଜେଲ ପଠାଇଥିଲେ
କପିଲ ରାଜ ଗତ ବର୍ଷ ଜାନୁଆରୀରେ ରାଞ୍ଚିରେ ଏକ କଥିତ ଜମି ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲେ ।
ପରେ ମାର୍ଚ୍ଚରେ, ଯେତେବେଳେ ଇଡି ତତ୍କାଳୀନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସରକାରୀ ବଙ୍ଗଳାରେ ଚଢାଉ କରିଥିଲା, କପିଲ ରାଜ ତାଙ୍କ ଫ୍ଲାଗ୍ ଷ୍ଟାଫ୍ ରୋଡ୍ ବାସଭବନରେ ପହଞ୍ଚିଥିଲେ। 21 ମାର୍ଚ୍ଚରେ କେଜରିୱାଲଙ୍କୁ ଗିରଫ କରାଯାଇଥିଲା ଏବଂ ଗିରଫ ମେମୋ ପ୍ରସ୍ତୁତ କରି ଆପ ସୁପ୍ରିମୋଙ୍କୁ ହସ୍ତାନ୍ତର କରାଯିବା ସମୟରେ କପିଲ ରାଜ ଉପସ୍ଥିତ ଥିଲେ ।
ନୀରବ ମୋଦୀଙ୍କ ବିରୋଧରେ ତଦନ୍ତ କରାଯାଇଥିଲା
ମୁମ୍ବାଇରେ ପୋଷ୍ଟିଂ ସମୟରେ, କପିଲ ରାଜ୍ DHFL ଏବଂ ଇକବାଲ ମିର୍ଚି ମାମଲା ବ୍ୟତୀତ ହୀରା ବ୍ୟବସାୟୀ ନୀରବ ମୋଦୀ ଏବଂ ମେହୁଲ ଚୋକସିଙ୍କ ବିରୁଦ୍ଧରେ ମନି ଲଣ୍ଡରିଂ ମାମଲାଗୁଡ଼ିକର ମଧ୍ୟ ତଦନ୍ତ କରିଥିଲେ।
ED ଅଧିକାରୀ କପିଲ ରାଜ୍ କିଏ?
କପିଲ ରାଜ୍ ପ୍ରାୟ 8 ବର୍ଷ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ରେ କାର୍ଯ୍ୟ କରିଥିଲେ। ଇସ୍ତଫା ଦେବା ପୂର୍ବରୁ, ସେ ଦିଲ୍ଲୀର GST ଇଣ୍ଟେଲିଜେନ୍ସ ୱିଙ୍ଗରେ ଅତିରିକ୍ତ କମିଶନର ଭାବରେ ନିଯୁକ୍ତି ପାଇଥିଲେ। କପିଲ ରାଜ ଉତ୍ତର ପ୍ରଦେଶର ସହାରନପୁରର ବାସିନ୍ଦା। ସେ ବି.ଟେକ୍ (ଇଲେକ୍ଟ୍ରୋନିକ୍ସ) କରିଛନ୍ତି।